ଭୁବନେଶ୍ୱର,ଏନ୍ଏନ୍ଏସ୍ : ଏଣିକି ରାଜ୍ୟର ଅନ୍ୟାନ୍ୟ ପଛୁଆ ବର୍ଗ (ଓବିସି)ଙ୍କ ସ୍ଥିତି ଜାଣିବା ପାଇଁ ପ୍ରଥମ ଥର ପାଇଁ ଜନଗଣନା ଆରମ୍ଭ ହେବ। ଏଥି ପାଇଁ ନବଗଠିତ ରାଜ୍ୟ ଓବିସି କମିସନଙ୍କୁ କ୍ଷମତା ପ୍ରଦାନ କରାଯାଇଛି। ସୋମବାର ବିଧାନସଭାରେ ରାଜ୍ୟ ସରକାର ଓଡ଼ିଶା ରାଜ୍ୟ ଅନ୍ୟାନ୍ୟ ପଛୁଆବର୍ଗ କମିସନ ଆଇନ-୧୯୯୩ରେ ସଂଶୋଧନ କରିଛନ୍ତି। ଏହା ଫଳରେ ସାମାଜିକ ଓ ଶିକ୍ଷାଗତ ସ୍ତରରେ ପଛୁଆ ବର୍ଗର ଲୋକଙ୍କୁ ଚିହ୍ନଟ କରିବା ପାଇଁ କମିସନ ନିଜେ ସର୍ଭେ କରିପାରିବେ। ୯୦ ବର୍ଷ ହେଲା ପଡ଼ି ରହିଥିବା ସର୍ଭେ ବିଧାନସଭାରେ ୧୯ ମିନିଟ୍ରେ ସର୍ବସମ୍ମତ କ୍ରମେ ପାରିତ ହୋଇଛି।
ଚଳିତ ମାସ ୧୨ ତାରିଖରେ ଓଡ଼ିଶା ସରକାର ରାଜ୍ୟ ଓବିସି କମିସନ ଗଠନ କରିଥିଲେ। ଆଇନ୍ରେ ସଂଶୋଧନ ନେଇ ସଂକଳ୍ପ ଗୃହୀତ ହେବା ପରେ ମୁଖ୍ୟମନ୍ତ୍ରୀ ଗୃହରେ କହିଥିଲେ ଯେ ସ୍ବାଧୀନ ଭାରତର ବିକାଶ ପଥରେ ଅଗ୍ରସର ହେଉଥିବା ଓଡ଼ିଶାରେ ଅନ୍ୟାନ୍ୟ ପଛୁଆ ବର୍ଗର ଲୋକଙ୍କ ଉନ୍ନତି ପାଇଁ ସରକାର ପଦକ୍ଷେପ ନେବାକୁ ଚାହୁଁଛନ୍ତି। ରାଜ୍ୟର ଅନ୍ୟାନ୍ୟ ପଛୁଆ ବର୍ଗର ଲୋକଙ୍କ ବିକାଶ ପାଇଁ ଏକ ଐତିହାସିକ ପଦକ୍ଷେପ।