ପୁରୀ,ଏନ୍ଏନ୍ଏସ୍: ପୁରୀ ଜିଲ୍ଲାର ଶ୍ରୀ ଜଗନ୍ନାଥ ସେନା ପକ୍ଷରୁ ନିମାପଡା ବିଧାୟକ ତଥା ମନ୍ତ୍ରୀ ସମୀର ଦାସ ଓ ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟଙ୍କ ନାମରେ ଥାନାରେ ଅଭିଯୋଗ କରିଛି। ଅଭିଯୋଗ ଅନୁସାରେ ଉଭୟ କରୋନା ପଜିଟିଭ ବାହାରିଛି। ଏହା ସତ୍ତ୍ୱେ ସେମାନେ ଗତକାଲି ପ୍ରଦୀପ ମହାରଥୀଙ୍କ ପାର୍ଥିବ ଶରୀରକୁ ଶେଷ ଦର୍ଶନ କରିବାକୁ ଯାଇଥିଲେ। ଏଥିସହ ଶହ ଶହ ଲୋକଙ୍କ ଗହଣରେ ପୁରୀ ସ୍ୱର୍ଗ ଦ୍ୱାରରେ ଅନ୍ତ୍ୟେଷ୍ଟିକ୍ରିୟାରେ ସାମିଲ ହୋଇଥିଲେ। ଏହା ଦ୍ୱାରା ବ୍ୟାପକ ସଂକ୍ରମଣ ଆଶଙ୍କା ରହିଛି। ଏନେଇ ଆଜି ଶ୍ରୀ ଜଗନ୍ନାଥ ସେନା ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ ପୁରୀ ସମୁଦ୍ର କୂଳ ଥାନାରେ ଏତଲା ଦେଇଛନ୍ତି।