ସାମ୍ବାଦିକ ପରିଚୟ ଦେଇ ଥାନା ଅଧିକାରୀଙ୍କୁ ଧମକ, ୩ ଜଣଙ୍କ ନାମରେ ମାମଲା

ଦେବଗଡ,ଏନଏନଏସ: ନିଜକୁ ସାମ୍ବାଦିକ, ପିଏଲଭି ତଥା ସମାଜସେବୀ ପରିଚୟ ଦେଇ ଜଣେ ଥାନା ଅଧିକାରୀଙ୍କୁ ଧମକ ଦେବା ସହ ଦୁର୍ବବ୍ୟହାର ପ୍ରଦର୍ଶନ କରିବା ଅଭିଯୋଗରେ ବାରକୋଟ ଥାନା ପୁଲିସ ୨ଜଣ ମହିଳାଙ୍କ ସମେତ ୩ ଜଣଙ୍କ ନାମରେ ମାମଲା ଋୁଜୁ କରିଥିବା ଜଣାପଡିଛି। ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଦେବଗଡ ସହରର ଆଲୋକ କୁମାର ଏବଂ ତାଙ୍କ ସ୍ତ୍ରୀ ମାଳବୀକା ନନ୍ଦ ଓ ବାରକୋଟ ଥାନା ଅନ୍ତର୍ଗତ କଲା ଗ୍ରାମର ନିରୁପମା ନାଥ ଆଜି ପୂର୍ବାହ୍ନରେ ବାରକୋଟ ଥାନାକୁ ପହଂଚି କର୍ତ୍ତବ୍ୟରତ ଥାନାଧିକାରୀଙ୍କୁ ଲାଞ୍ଚ କାରବାର କରୁଥିବା ନେଇ ଧମକ ଦେବା ସହ ତାଙ୍କ ଠାରୁ ଅର୍ଥ ଦାବୀ କରିଥିଲେ।

ଏହି ଘଟଣାକୁ ନେଇ ଥାନାଧିକାରୀ ଚିତ୍ତ ରଞ୍ଜନ ବେହେରାଙ୍କ ସହ ଉପରୋକ୍ତ ୩ଜଣ ଯୁକ୍ତିତର୍କ କରିବା ସହ ତାଙ୍କୁ ମିଛ ମାମଲାରେ ଫସାଇଦେବାର ଧମକ ଦେବା ସହ ପୁଲିସ ମହାନିର୍ଦ୍ଦେଶକଙ୍କ ନିକଟରେ ଅଭିଯୋଗ କରିବେ ବୋଲି ଚେତାବନୀ ଦେଇଥିଲେ। ଥାନା ଅଧିକାରୀ ଶ୍ରୀ ବେହେରା ଉପରୋକ୍ତ ବ୍ୟକ୍ତିମାନେ କେଉ ସଂସ୍ଥାର ସାମ୍ବାଦିକ ସେ ନେଇ ତନାଘନା କରିବା ସମୟରେ ଆଲୋକ କୁମାର ଏବଂ ତାଙ୍କ ସ୍ତ୍ରୀ ମାଳବୀକା ଚତୁରତାର ସହ ସେଠାରୁ ସେମାନଙ୍କର ସ୍କୁଟିରେ ଖସି ପଳାଉଥିଲେ। ତେବେ ବାରକୋଟ ଥାନା ପୁଲିସ ଉଭୟଙ୍କୁ ଅଟକାଇ ସେମାନଙ୍କ ସ୍କୁଟି ଜବତ କରିବା ସହ ଥାନାକୁ ନେଇଆସିଥିଲେ।

ଉଭୟ ସ୍ୱାମୀ ସ୍ତ୍ରୀ ଥାନାକୁ ଯାଉଥିବା କହି ବାରକୋଟ ଅଂଚଳରୁ ଫେରାର ହୋଇଯାଇଥିଲେ। ଅନ୍ୟପକ୍ଷରେ କଲା ଗ୍ରାମର ନିରୁପମା ଥାନାରେ ଦୀର୍ଘ ସମୟ ରହିବା ପରେ ଥାନା ଅଧିକାରୀ ଶ୍ରୀ ବେହେରା ତାଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିବା ନେଇ ଥାନାରେ ଥାନା ଅଧିକାରୀ ଙ୍କ ବିରୁଦ୍ଦରେ ଅଭିଯୋଗ କରି ସେଠାରୁ ଚାଲି ଯାଇଥିଲେ। ତେବେ ସନ୍ଧ୍ୟରେ କଲା ଗ୍ରାମର ଲକ୍ଷ୍ମୀ ନାଏକ ତାଙ୍କ ଠାରୁ ନିରୁପମା ବାରକୋଟ ବ୍ଲକରୁ ଭତ୍ତା ଏବଂ ଆର୍ଥୀକ ସହାୟତା ମଞ୍ଜୁର କରାଇଦେବେ କହି ତାଙ୍କ ଠାରୁ ୨ ହଜାର ଟଙ୍କା ଠକି ନେଇଥିବା ବାରକୋଟ ଥାନାରେ ଲିଖିତ ଅଭିଯୋଗ କରିବା ପରେ ବାରକୋଟ ଥାନା ପୁଲିସ ଦଫା ୨୯୪,୩୨୩,୪୨୦ ଓ୫୦୬ରେ ଏକ ମାମଲା ଋୁଜ୍ଜୁ କରି ଘଟଣା ର ତଦନ୍ତ ଆରମ୍ଭ କରିଥିବା ପୁଲିସ ସୂଚନା ଦେଇଛି।

ଅନ୍ୟପକ୍ଷରେ ଉପରୋକ୍ତ ବ୍ୟକ୍ତି ମାନଙ୍କ ନାମରେ ବାରକୋଟ ଥାନାଚଂଳର ବିଭିନ୍ନ ଗ୍ରାମର ବହୁ ଜନସଧାରଣ ଠକେଇର ଶୀକାର ହୋଇଥିବା ବାରକୋଟ ଥାନରେ ଅଭିଯୋଗ କରିଥିଲେ ମଧ୍ୟ ଅଭିଯୋଗର ସତ୍ୟା ସତ୍ୟ ଅନୁସନ୍ଧାନ ପରେ ଅଭିଯୁକ୍ତମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଥାନା ଅଧିକାରୀ ଶ୍ରୀ ବେହେରା ପ୍ରକାଶ କରିଛନ୍ତି। ଏହି ଘଟଣା ଆଜି ବାରକୋଟ ଅଂଚଳରେ ମୁଖ୍ୟ ଚର୍ଚ୍ଚାର ବିଷୟ ପାଲଟିଥିଲା।