ଅଜୟ ଦେବଗନଙ୍କ ଫିଲ୍ମରେ ୟୁଟ୍ୟୁବର କେରୀ ମିନାତୀ

ନୂଆଦିଲ୍ଲୀ: ଲୋକପ୍ରିୟ ୟୁଟ୍ୟୁବର କେରୀ ମିନାତୀ ବଲିଉଡରେ ଡେବ୍ୟୁ କରିବେ। ଆଜ୍ଞା ହଁ, ମହାନାୟକ ଅମିତାଭ ବଚ୍ଚନ ଓ ଅଜୟ ଦେବଗନଙ୍କ ଅଭିନୀତ ଫିଲ୍ମ ‘ମେଡେ’ରୁ କେରୀ ଫିଲ୍ମ ଦୁନିଆରେ ପାଦ ଥାପିବେ । ଫିଲ୍ମରେ କେରୀ ସୋସିଆଲ ମିଡିଆ ସେନସେସନ ଭୂମିକାରେ ନଜର ଆସିବେ। କେରୀଙ୍କ ପ୍ରକୃତ ନାମ ହେଉଛି ଅଜୟ ନାଗର।

ବଲିଉଡ ଡେବ୍ୟୁକୁ ନେଇ କେରୀ କହିଛନ୍ତି ଯେ, ଫିଲ୍ମ ଜଗତର ବଡ଼ ହସ୍ତୀଙ୍କ ସହ କାମ କରିବାକୁ ନେଇ ମୁଁ ବେଶ୍ ଉତ୍ସାହିତ ଅଛି। ମୁଁ ଏହି ବ୍ରାଣ୍ଡ ନ୍ୟୁ ଫିଲ୍ମରେ କାମ କରିବା ଅପେକ୍ଷାରେ ରହିଛି। ପୂର୍ବରୁ ଅନେକ ଫିଲ୍ମରେ କାମ କରିବାର ଅଫର ମିଳିଥିଲେ ବି ଏହି ଫିଲ୍ମରେ ମୋତେ ନିଜ ଅସଲ ଜୀବନର ଚରିତ୍ରକୁ ପରଦାକୁ ଆଣିବାର ସୁଯୋଗ ମିଳିଥିବାରୁ ମୁଁ ଫିଲ୍ମ କରିବା ପାଇଁ ରାଜି ହୋଇଥିଲି।

ସୂଚନାଯୋଗ୍ୟ, ଫିଲ୍ମରେ କେରୀ, ଅମିତାଭ ଓ ଅଜୟଙ୍କ ବ୍ୟତୀତ ରକୁଲପ୍ରୀତ ସିଂହ, ଅଙ୍ଗିରା ଧର ଓ ଆକାଂଶା ସିଂହ ମୁଖ୍ୟ ଭୂମିକାରେ ନଜର ଆସିବେ। ଫିଲ୍ମଟି ୨୦୨୨ ଅପ୍ରେଲ ୨୯ରେ ରିଲିଜ ହେବ।