ରଜ ପାଇଁ ଶୁକ୍ରବାର ରାତି ୧୦ଟା ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରଜ ପର୍ବ ପାଇଁ କର୍ଫ୍ୟୁରେ କୋହଳ କଲେ ରାଜ୍ୟ ସରକାର। ଏହି ପରିପ୍ରେକ୍ଷୀରେ ୧୨ ତାରିଖ ଶୁକ୍ରବାର ଦିନ ସନ୍ଧ୍ୟା ୭ଟା ପରିବର୍ତ୍ତେ ରାତି ୧୦ ଟାରୁ ରାତ୍ରକାଳୀନ କର୍ଫ୍ୟୁ ପାଇଁ ନିଷ୍ପତ୍ତି ହୋଇଛି। ଏ ନେଇ ଆଜି ଏସଆରସିଙ୍କ ପକ୍ଷରୁ ସୂଚନା ଦିଆଯାଇଛି।