ଭାରସାମ୍ୟ ହରାଇ ପୋଲ ତଳକୁ ଖସିଲା କାର, ଜଣେ ମୃତ ୫ ଗୁରୁତର

ବାଲେଶ୍ୱର,ଏନ୍ଏନ୍ଏସ୍: ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଥାନା ୧୬ନମ୍ବର ଜାତୀୟ ରାଜପଥ ଓଳିଆ ପାଟଣା ନିକଟରେ ଗୋଟିଏ ହୁଣ୍ଡାଇ କାର ଭାରସାମ୍ୟ ହରାଇ ପୋଲ ତଳକୁ ଖସିପଡିବାରୁ ଜଣେ ୩୩ ବର୍ଷର ଶିଶୁ କନ୍ୟାର ମୃତ୍ୟୁ ହୋଇଥିବା ବେଳେ ୫ଜଣ ଗୁରୁତର ହୋଇଛନ୍ତି ।

ସୂଚନା ଅନୁସାରେ ଖନ୍ତାପଡ଼ା ଥାନା ପଣପଣା ଗ୍ରାମର ଦୁଇ ପରିବାର ପ୍ରଫୁଲ୍ଲ ପଲେଇ ଓ ମାଧ ପ୍ରଧାନ ପରିବାର କାର ଯୋଗେ ବାଲେଶ୍ୱର ଯାଉଥିଲେ। ଖନ୍ତାପଡ଼ା ଥାନା ଓଳିଆ ପାଟଣା ନିକଟରେ ଭାରସାମ୍ୟ ହରାଇ କାର ପୋଲ ତଳକୁ ଖସି ପଡିଥିଲା। ପୋଲ ତଳେ ୬ଫୁଟ ଉଚ୍ଚର ପାଣିରେ କାର ସମ୍ପୂର୍ଣ୍ଣ ବୁଡି ଯାଇଥିଲା। ଫଳରେ ୩ବର୍ଷର ଶିଶୁକନ୍ୟା ଶିବାଙ୍ଗୀ ପଲେଇର ବେକରେ କାର କାଚ ପଶି ମୃତ୍ୟୁ ଘଟିଛି। ଅନ୍ୟମାନେ ଗୁରୁତର ଅବସ୍ଥାରେ କାର ଭିତରେ ପୋଲ ତଳେ ଫସି ରହିଥିଲେ। ସ୍ଥାନୀୟ ଯୁବକ ଦୁର୍ଘଟଣା ଦେଖି ପୋଲ ତଳକୁ ଯାଇ କାର ଭିତରୁ ଆହତଙ୍କୁ ଉଦ୍ଧାର କରି ଉପରକୁ ଆଣିଥିଲେ। ଖନ୍ତାପଡ଼ା ପୁଲିସ ଘଟଣାସ୍ଥଳରେ ପହଞ୍ଚିଗୁରୁତରଙ୍କୁ ଖନ୍ତାପଡ଼ା ଓ ବାଲେଶ୍ୱର ହସ୍ପିଟାଲକୁ ଚିକିତ୍ସା ପାଇଁ ପଠାଇ ଥିଲେ।