ଟ୍ରକ୍ ପଛକୁ ପିଟିଲା କାର୍ ଜଣେ ମୃତ

କେନ୍ଦୁଝର,ଏନ୍ଏନ୍ଏସ୍: କେନ୍ଦୁଝର  ଜାତୀୟ ରାଜପଥ ବିରଗୋବିନ୍ଦପୁର ନିକଟରେ ଏକ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ଜଣ ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି।  ଗୁରୁତର ଥିବା ବାପ ଓ ପୁଅ କେନ୍ଦୁଝର ସଦର ଥାନା ଗୋର୍ବଧନ ଗାଁର ରବୀନ୍ଦ୍ର ନାଥ ସାହୁ ଓ ସତ୍ୟବ୍ରତ ସାହୁ ବୋଲି ଜଣାପଡିଛି। ସେହିପରି ମୃତକ ସେହି ଗାଁର ରବୀନ୍ଦ୍ର କୁମାର ସାହୁ ବୋଲି ଜଣାପଡିଛି । ସୂଚନା ଅନୁସାରେ, କେନ୍ଦୁଝର ଖଣି ଅଞ୍ଚଳରୁ ଲୁହାପଥର ବୋଝେଇ କରି ଆସୁଥିବା ଏକ ଟ୍ରକ ପଛକୁ କାର ଧକ୍କା ଦେଇଥିଲା । କାରରେ ଥିବା ୩ଜଣଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଚାଳକ ଓ ଅନ୍ୟଜଣେ ଗୁରୁତର ହୋଇଛନ୍ତି।