ଦୁର୍ଘଟଣା ପରେ ନଦୀକୁ ଖସିପଡିଲା କାର୍: ସିସିଟିଭିରେ କଏଦ ହେଲା ଭୟଙ୍କର ଦୃଶ୍ୟ

ମଧ୍ୟପ୍ରଦେଶ: ମଧ୍ୟପ୍ରଦେଶର ନିୱାରୀ ଜିଲ୍ଲା ଉର୍ଚ୍ଚା ଠାରେ ମଙ୍ଗଳବାର ଥିବା ଏକ ନଦୀକୁ କାର ଖସିପଡିବାରୁ ୫ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି।

ସୌଜନ୍ୟ: ଏଏନ୍ଆଇ

ଘଟଣାଟି ଥିଲା ଏମିତି:
ଆଜି ସକାଳେ ଗୋଟିଏ କାର୍ ୫ଜଣଙ୍କୁ ନେଇ ଯାଉଥିବାବେଳେ ପୋଲ ଉପରେ ଏକ ଅଟୋ କାର ସମ୍ମୁଖକୁ ଚାଲିଆସିଥିଲା। ତେବେ ଅଟୋ ସହ ବାଡେଇହେବା ପରେ କାର୍ ଟି ଭାରସାମ୍ୟ ହରାଇ ପୋଲ ତଳକୁ ଖସିପଡିଥିଲା। ପାଣି ଭିତରେ କାରଟି ବୁଡିଯିବା ପରେ ୨ଜଣ କାର୍ ରୁ ବାହାରି ପଡିଥିଲେ। ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରିବା ସହ କାର୍ ଓ ପାଣି ଭିତରେ ବୁଡି ରହିଥିବା ଯାତ୍ରୀଙ୍କୁ ଉଦ୍ଧାର କରିଥିଲେ। ତେବେ ଦୁର୍ଘଟଣା ବେଳର ଦୃଶ୍ୟ ନିକଟରେ ଥିବା ସିସିଟିଭିରେ କଏଦ ହୋଇଛି।