ଗଛରେ ପିଟିହେଲା କାର : ଡ୍ରାଇଭର ଗୁରୁତର

ପାଟଣାଗଡ଼,ଏନ୍ଏନ୍ଏସ୍ : ଘଛରେ ପଟିହୋଇ କାର୍ ଚୁରୁମାର । ଚାଳକ ଗୁରୁତର। ଏଭଳି ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ କଣ୍ଟାବାଞ୍ଜି ରାସ୍ତାରେ ।

ସୂଚନା ଅନୁଯାୟୀ, ଆଜି ମଧ୍ୟାହ୍ଣ ୨ ଘଣ୍ଟା ସମୟରେ ଥିବା ପୋଡ଼ଛାପଡ଼ ନିକଟରେ ଥିବା ଗଛରେ ଏକ ଘରୋଇ କାର୍ ଗଛରେ ପିଟି ଦେବାରୁ ଗାଡିଟି ସମ୍ପୂର୍ଣ୍ଣ ଭାଙ୍ଗିଯାଇ ଚୁରମାର ହୋଇ ଇଞ୍ଜିନ ଅଲଗା ହୋଇ ଯାଇଛି । ଗାଡିର ଡ୍ରାଇଭର ଗୁରୁତର ହୋଇ ଗାଡିରୁ ଛିଟିକି ପଡି ବାହାରେ ପଡିଯାଇଥିଲା । ତାଙ୍କ ନାମ ଦୀପକ କୁମାର ସାହୁ କେସିଙ୍ଗା ରୁପୁଡା ଅଞ୍ଚଳର ବୋଲି ଜଣାଯାଇଛି । ସ୍ଥାନୀୟ ଲୋକେ ୧୦୮ ଆମ୍ବୁଲାନ୍ସ ଯୋଗେ ପାଟଣାଗଡ଼କୁ ଆଣି ପ୍ରାଥମିକ ଚିକିତ୍ସା କରିଥିଲେ। ଅବସ୍ଥା ଗୁରୁତର ହେବାରୁ ବଲାଙ୍ଗିର ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି । ଖବର ପାଇ ବେଳପଡା ପୋଲିସ ଦୁର୍ଘଟଣାସ୍ଥଳରେ ପହଞ୍ଚି ତତନ୍ତ ଆରମ୍ଭ କରିଛି ।