ଦୁର୍ଘଟଣା ଘଟାଇ ଖସିଯାଉଥିଲା, କାର ଜାଳିଲେ ଓ ଚାଳକକୁ ଛେଚିଲେ ଲୋକେ

ଭୁବନେଶ୍ୱର, ଏନ୍ଏନ୍ଏସ୍: ନିଶାଗ୍ରସ୍ତ ଅବସ୍ଥାରେ ଗାଡ଼ି ଚଳାଇବା ମହଙ୍ଗା ପଡିଛି। ପୁରୁଣା ଭୁବନେଶ୍ୱର କପିଳେଶ୍ୱର ଅଞ୍ଚଳରେ ଦୁର୍ଘଟଣା ଘଟାଇ ଖସି ପଳାଉଥିବା ବେଳେ ଲୋକେ କାର ଅଟକାଇ ନିଶାଗ୍ରସ୍ତ ଡ୍ରାଇଭର ଓ ପଛରେ ବସିଥିବା ଲୋକକୁ ନିର୍ଧୁମ ଛେଚିବା ସହ କାର ଜାଳିଦେଇଛନ୍ତି। ଖବରପାଇ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚିଥିଲେ ମଧ୍ୟ କାର ସେତେବେଳକୁ ୯୦ ପୋଡିଯାଇଥିଲା। ପରେ ଲିଙ୍ଗରାଜ ଥାନା ପୁଲିସ ପହଞ୍ଚି କାର ଚାଳକ ଓ ଅନ୍ୟ ବ୍ୟକ୍ତିଙ୍କୁ ଲୋକଙ୍କ କବଳରୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଥିଲା। ଗତକାଲି ରାତିରେ ଏହି ଘଟଣା ଘଟିଥିଲା।