ଗଛରେ ପିଟିହେଲା କାର୍, ୩ ଆହତ

ରିଆମାଳ,ଏନ୍ଏନ୍ଏସ୍: ରିଆମାଳ ଥାନା ଲୁଲଙ୍ଗ ପଞ୍ଚାୟତ ନିକଟରେ ଆଜି ଅପରାହ୍ଣରେ ଭାରସାମ୍ୟ ହରାଇ ଏକ କାର୍ ଗଛରେ ପିଟି ହେବାରୁ ୩ ଜଣ ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ, ଛତିଶଗଡ଼ ରାଜ୍ୟର ବ୍ୟବସାୟୀ ବିଭୂତି ସରକାର ଓ ତାଙ୍କ ସ୍ତ୍ରୀ ଜୟଶ୍ରୀ ସରକାର ଭୁବନେଶ୍ୱର ଆସୁଥିଲେ। ଅନୁଗୁଳ -ଦେବଗଡ ଜାତୀୟରାଜପଥ ୫୩ ନିଟକରେ ଡ୍ରାଇଭର ଜଗଦୀଶ ଭୋଇ ନିୟନ୍ତ୍ରଣ ହରାଇବାରୁ କାରଟି ଭାରସାମ୍ୟ ହରାଇ ରାସ୍ତା କଡ ଏକ ଗଛରେ ପିଟି ହୋଇଯାଇଥିଲା। ଫଳରେ ଜୟଶ୍ରୀଙ୍କ ଅଣ୍ଟାରେ ଆଘାତ ଲାଗିଥିଲା। ସ୍ଥାନୀୟଲୋକେ ସେମାନଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ବିଭୂତି ଓ ଜଗଦୀଶ ସାମାନ୍ୟ ଆହାତ ହୋଇଛନ୍ତି। ରିଆମାଳ ପୁଲିସ ଘଟଣାସ୍ଥଳରେ ପହଞ୍ଚି କାରକୁ ଜବତ କରି ତଦନ୍ତ ଆରମ୍ଭ କରିଛି।