କ୍ୟାପଟେନ କୋହଲୀ ନେଲେ ଟିକା

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମର ଅଧିନାୟକ ବିରାଟ କୋହଲୀ କରୋନା ଟିକା ଲଗାଇଛନ୍ତି। ଏନେଇ ସେ ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀରେ ସେୟାର କରିଛନ୍ତି। ଏଥିସହିତ ଯଥାଶୀଘ୍ର ଭ୍ୟାକ୍ସିନ ନେବା ପାଇଁ ସମସ୍ତଙ୍କୁ ଆହ୍ୱାନ ଦେଇଛନ୍ତି। ବିରାଟଙ୍କ ପୂର୍ବରୁ ଭାରତୀୟ କ୍ରିକେଟ ଟିମର ଇଶାନ୍ତ ଶର୍ମା, ଅଜିଙ୍କ୍ୟ ରାହାଣେ, ଶିଖର ଧୱନ ଓ ଉମେଶ ଯାଦବ ପ୍ରମୁଖ ଟିକା ନେଇଛନ୍ତି।

ସୂଚନାଯୋଗ୍ୟ, ବିରାଟ ନିକଟରେ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଫଣ୍ଡ ଏକତ୍ରିତ କରିବାର କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। ଏଥିରେ ନିଜ କ୍ଷମତା ମୁତାବିକ ସାହାଯ୍ୟ କରିବା ପାଇଁ ବିରାଟ ଓ ତାଙ୍କ ପତ୍ନୀ ଅନୁଷ୍କା ଶର୍ମା ଲୋକଙ୍କୁ ଆହ୍ୱାନ ଦେଇଥିଲେ।