ଜୀବନ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି କ୍ୟାପଟେନ୍ ବରୁଣ ସିଂହ

ନୂଆଦିଲ୍ଲୀ: ଭାରତୀୟ ବାୟୁସେନାର ଏକ ହେଲିକପ୍ଟର ଦୁର୍ଘଟଣାରେ ସିଡିଏସ୍ ଜେନେରାଲ ବିପିନ ରାୱତ ଓ ତାଙ୍କ ପତ୍ନୀ ମଧୁଲିକା ରାୱତଙ୍କ ସମେତ ୧୩ଜଣ ପ୍ରାଣ ହରାଇଛନ୍ତି। ଏଥିସହିତ ଦୁର୍ଘଟଣାରେ ଗୁରୁତର ଥିବା ଗ୍ରୁପ କ୍ୟାପଟେନ୍ ବରୁଣ ସିଂହଙ୍କୁ ବେଲିଙ୍ଗଟନ୍ ସେନା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଉକ୍ତ ହେଲିକପ୍ଟରରେ ୧୪ଜଣ ଥିବାବେଳେ ୧୩ଜଣଙ୍କର ମୃତ୍ୟୁ ଘଟିଛି।

ସୂଚନାଯୋଗ୍ୟ, କ୍ୟାପଟେନ୍ ବରୁଣ ସିଂହଙ୍କୁ ଚଳିତ ବର୍ଷ ସ୍ୱାଧୀନତା ଦିବସ ଅବସରରେ ସୌର୍ଯ୍ୟ ଚକ୍ର ସମ୍ମାନରେ ସମ୍ମାନିତ କରାଯାଇଥିଲା। ସେ ୨୦୨୦ରେ ଏଲସିଏ ତେଜସ ଏୟାରକ୍ରାଫ୍ଟକୁ ଆପାତକାଳ ସ୍ଥିତିରେ ଉଦ୍ଧାର କରିଥିଲେ। ସେଥିପାଇଁ ତାଙ୍କୁ ସମ୍ମାନିତ କରାଯାଇଥିଲା।