ଅଧିନାୟକ ଭାବେ ଧୋନିଙ୍କୁ ଟପିଲେ କୋହଲି

ବୁଧବାର ଟି-୨୦ରେ ଜବରଦସ୍ତ ବ୍ୟାଟିଂ ପ୍ରଦର୍ଶନ ଦର୍ଶକଙ୍କୁ ବେଶ୍ ଆମୋଦିତ କରିଥିବା ବେଳେ ଭାରତର ଅଧିନାୟକ ବିରାଟ କୋହଲି ଏଥିରେ ୨୭ ବଲ୍ରେ ୩୮ ରନ୍ କରିଥିଲେ। ଏଥିସହ କୋହଲି ଟି-୨୦ ଫର୍ମାଟ୍ରେ ଅଧିନାୟକ ଭାବେ ଭାରତ ପକ୍ଷରୁ ସର୍ବାଧିକ ସ୍କୋରର୍ ହୋଇପାରିଛନ୍ତି। ଏ କ୍ଷେତ୍ରରେ ସେ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କୁ ଅତିକ୍ରମ କରିଛନ୍ତି। ଧୋନିଙ୍କ ନାମରେ ଅଧିନାୟକ ଭାବେ ୧୧୧୨ ରନ୍ ରହିଛି।

ଏଥିସହ ବିଶ୍ୱରେ ଏ କ୍ଷେତ୍ରରେ କୋହଲି ତୃତୀୟ ସଫଳ ଅଧିନାୟକ ରହିଛନ୍ତି। ଏହି ସୂଚୀର ଶୀର୍ଷରେ ୧୨୭୩ ରନ୍ ସହ ସାଉଥ୍ ଆଫ୍ରିକାର ଫାଫ୍ ଡ୍ୟୁ ପ୍ଲେସିସ୍ ରହିଥିବା ବେଳେ ୧୧୪୮ ରନ୍ ସହ ୱିଲିଅମ୍ସନ୍ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ସୂଚୀର ପଞ୍ଚମ ସ୍ଥାନରେ ଇଂଲଣ୍ଡ ଅଧିନାୟକ ଇଅନ୍ ମର୍ଗାନ୍ (୧୦୧୩ ରନ୍) ରହିଛନ୍ତି।