ନୂଆଦିଲ୍ଲୀ: ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କୁ ଆଜି ତାଙ୍କ ବାସଭବନରେ ଭେଟିଛନ୍ତି। ପଞ୍ଜାବ ରାଜନୀତିରେ ଚାଲିଥିବା ଘମାଘଟ ମଧ୍ୟରେ ଏହି ସାକ୍ଷାତ ଖୁବ୍ ଗୁରୁତ୍ୱପୂର୍ଣ୍ଣ।
ସୂଚନାଯୋଗ୍ୟ, ଅମରିନ୍ଦର ଗତକାଲିଠୁ ଦିଲ୍ଲୀରେ ଅଛନ୍ତି। ଅମରିନ୍ଦର ଗତ ୧୮ ତାରିଖରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ଏଭଳି ସ୍ଥିତିରେ ଅମରିନ୍ଦରେ ବିଜେପିରେ ମିଶିବାକୁ ନେଇ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।