ଟ୍ରଲର ବୁଡି ୩ ନିଖୋଜ

ଜଗତସିଂହପୁର, ଏନ୍ଏନ୍ଏସ୍: ପାରାଦ୍ବୀପ ନେହେରୁବଙ୍ଗଳା ମହାନଦୀ ମୁହାଣ ଠାରେ ଅଘଟଣ। ଏକ ବୋଟ୍ ମାଛଧରି ପେଂରୁ ଥିବା ସମୟରେ ସମୁଦ୍ର ରେ ପ୍ରବଳ ଢେଉ ଯୋଗୁଁ ମାଛ ବୋଝେଇ ବୋଟ୍ ବୁଡି ୩ ଜଣ ମତ୍ସ୍ୟଜୀବୀ ନିଖୋଜ ହୋଇଛନ୍ତି। ଗତ ୫ ତାରିଖ ଦିନ ମା’ ଜାଡୁଆଣୀ ନାମକ ଏକ ବୋଟ୍ ସମୁଦ୍ରକୁ ମାଛ ଧରିବା ପାଇଁ ଯାଇ ଥିଲା।

ମାଛ ଧରି ଆଜି ଫେରୁଥିବା ବେଳେ ଏଭଳି ମର୍ମନ୍ତୁଦ ଘଟଣା ଘଟିଥିଲା। ତେବେ ବୋଟ୍ ରେ ଥିବା ୫ ଜଣ ମତ୍ସ୍ୟଜୀବୀ ମଧ୍ୟରୁ ୨ ଜଣଙ୍କୁ ସ୍ଥାନୀୟ ମସ୍ର୍ୟଜିବୀ ଉଦ୍ଧାର କରିଥିବା ବେଳେ ବାକି ୩ ଜଣ ମୁହାଣ ନିକଟରେ ଢେଉମାଡରେ ବୋଟ୍ ଭାସିଯାଇ ଥିଲେ। ନିଖୋଜ ମତ୍ସ୍ୟଜୀବୀମାନେ ହେଲେ ଜଟିଆ ଦାସ,ସନ୍ତୋଷ ମଲ୍ଲିକ,ଲଷ୍ମୀଧର ଦାସ ଏବଂ ଉଦ୍ଧାର ହୋଇଥିବା ଦୁଇ

ମତ୍ସ୍ୟଜୀବୀ ହେଲେ ଗଙ୍ଗାଧର ଦାସ,ଉମାକାନ୍ତ ଦାସ ।ବୋଟ୍ ରେ ଥିବା ଲକ୍ଷାଧିକ ଟଙ୍କା ର ମାଛ ଓ ଜାଲ ଭାସିଯାଇଛି। ଦିର୍ଘ ବର୍ଷହେଲା ନେହେରୁବଙ୍ଗଳା ମୁହାଣ ମୁହଁ ପୋତି ହୋଇପଡିଥିବାରୁ ବାରମ୍ବାର ଏଭଳି ଘଟଣା ଘଟୁଥିବା ମତ୍ସ୍ୟଜୀବୀମାନେ ଅଭିଯୋଗ କରିଛନ୍ତି।