ସଇଁନ୍ତଲା,ଏନ୍ଏନ୍ଏସ୍: ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ୍ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଆଶା ଓ ଅଙ୍ଗନବାଡି ମାନଙ୍କୁ ନେଇ ଚତୁର୍ଥ ଲହରୀ ଆସୁଥିବା ଆଗରୁ ଆଜି ଏଚଏଲଏଫପିପିଟି ଏନଜିଓ (ଏମରାଇଟ) ପକ୍ଷରୁ କେପାସିଟି ବିଲ୍ଡିଂଡିଙ୍ଗ ଟ୍ରେନିଂ ଅନୁଷ୍ଠିତ ହୋଇଛି। ସ୍ଥାନୀୟ ଡାକ୍ତରଖାନାରେ ବିପିଏମ ପରେସ ସାହୁ, ପିଏଚଓ ମୀନା ତ୍ରିପାଠୀଙ୍କ ଉପସ୍ଥିତରେ କାର୍ଯ୍ୟକ୍ରମକୁ ସଇଁନ୍ତଲା ବିଓ ସଞ୍ଜୟ ନାଗ ପରିଚାଳନା କରିଥିବା ବେଳେ ଜିଲ୍ଲା ଡିଓ ଜ୍ୟୋତି କୁମାର ରଥ ଆଶା ଓ ଅଙ୍ଗନବାଡି କର୍ମୀମାନଙ୍କୁ ଟ୍ରେନିଂ ପ୍ରଦାନ କରିଥିଲେ।