କ୍ଷୁଦ୍ର ଜଳସେଚନ ବିଭାଗର ଅବହେଳା ଯୋଗୁ ସହର ମଧ୍ୟରେ ଯାଇଥିବା କେନାଲ ଜଳମଗ୍ନ

ମାଲକାନଗିରି,ଏନ୍ଏନ୍ଏସ୍: ମାଲକାନଗିରି ସତୀଗୁଡ଼ା ମଧ୍ୟମ ଜଳସେଚନ ବିଭାଗର ବାମପାର୍ଶ୍ୱ କେନାଲ ମାଲକାନଗିରି ପୌର ପରିଷଦ ଅଞ୍ଚଳ ଦେଇ ପ୍ରବାହିତ ହେଉଥିବା ବେଳେ ମରାମତି ଅଭାବ ଯୋଗୁ ଜଳ ନିଷ୍କାସନ ହୋଇପାରୁନାହିଁ। ଏହି କେନାଲ ପୌର ପରିଷଦର ଝାଟିମାଟି କଲୋନୀଠାରୁ ରିକ୍ଲାମେସନ କଲୋନୀ ଦେଇ ଏମ୍ଭି-୨ ଗ୍ରାମକୁ ଯାଇଛି। ବର୍ତ୍ତମାନ ରବି ଚାଷ ପାଇଁ କେନାଲରେ ଜଳ ଛଡ଼ା ଯାଇଥିବାରୁ କେନାଲର ଉଭୟ ହୁଡ଼ା ଭାଙ୍ଗି ଗୋଟିଏ ସ୍ଥାନରେ ପାଣି ଜମି ରହୁଛି। ଫଳରେ ଦୈନିକ ମାଛ ବଜାର ଏବଂ ବସ୍ତି ମଧ୍ୟକୁ ଜଳ ପ୍ରବେଶ କରୁଛି। ଏହି କେନାଲ ଉପଯୁକ୍ତ ମରାମତି ଅଭାବ ସହ ଅନାବନା ଗଛରେ ଭରି ରହିଥିବାରୁ ପାଣି ନିଷ୍କାସନରେ ସମସ୍ୟା ସୃଷ୍ଟି ହୋଇ ଏଭଳି ଅବସ୍ଥା ଦେଖାଦେଇଛି। ତେଣୁ ତୁରନ୍ତ କେନାଲ ସଫା କରିବା ସହ କେନାଲର ହିଡ଼ ଉଚ୍ଚତା ବଢ଼ାଇବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି। ଏସମ୍ବନ୍ଧରେ ସତୀଗୁଡ଼ା ଜଳସେଚନ ବିଭାଗ ବିଭାଗୀୟ ଯନ୍ତ୍ରୀଙ୍କ ସହ ଯୋଗାଯୋଗ ସମ୍ଭବ ହୋଇପାରିି ନାହିଁ।