ଭୁବନେଶ୍ୱର,ଏନ୍ଏନ୍ଏସ୍: ଭୁବନେଶ୍ୱରରେ ଦିନକୁ ଦିନ ବଢ଼ିବାରେ ଲାଗିଛି ଗଞ୍ଜେଇ ଚୋରା କାରବାର। ଗୋଟିଏ ପରେ ଗୋଟିଏ ସ୍ଥାନରୁ ଲକ୍ଷ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ ହେଉଛି। ଏହି ପରିପ୍ରେକ୍ଷୀରେ ଆଜି ସକାଳୁ ଭୁବନେଶ୍ୱର ଉପକଣ୍ଠ ବାଲିପାଟଣାର ପଦ୍ମପୁର ଅଞ୍ଚଳରୁ ୧୧ ଲକ୍ଷ ଟଙ୍କାର ଗଞ୍ଜେଇ ଉଦ୍ଧାର ହୋଇଛି। ଗୋଟିଏ ଦୋକାନ ଘର ଭିତରୁ ଗଞ୍ଜେଇ ଓ ୪୨ ହଜାର ଟଙ୍କା ଜବତ କରିବା ସହିତ ଅବକାରୀ ବିଭାଗ ଜଣଙ୍କୁ ଗିରଫ କରିଛି। ଏହି ଗଞ୍ଜେଇ କନ୍ଧମାଳରୁ ଭୁବନେଶ୍ୱରକୁ ଆସିଥିବା ଜଣାପଡ଼ିଛି।
ଗତକାଲି କର୍ଣ୍ଣଟକର ଗୁଲବର୍ଗା ଓ ବେଙ୍ଗାଲୁରୁରୁ ସାଢ଼େ ୧୩ ଲକ୍ଷ ଟଙ୍କା ମୂଲ୍ୟର ୪୬ ବସ୍ତା ଗଞ୍ଜେଇ ଜବତ ହୋଇଥିଲା। ଗୋଟିଏ ପରିବା ବୋଝେଇ ଟ୍ରକର ଡାଲା ତଳେ ଚାମ୍ବର କରି ଏହି ଗଞ୍ଜେଇ ବସ୍ତା ରଖାଯାଇଥିଲା। ସେହି ଗଞ୍ଜେଇ ଜବତ ସହିତ ବେଙ୍ଗାଲୁରୁ ପୁଲିସ ୬ ଜଣଙ୍କୁ ଗିରଫ କରିଥିଲା। ବେଙ୍ଗାଲୁରୁରେ ହେଉଥିବା ଗଞ୍ଜେଇ କାରବାର ସହିତ ଓଡ଼ିଶାର ଲିଙ୍କ ରହିଛି ବୋଲି ବେଙ୍ଗାଲୁରୁ ପୁଲିସ କମିସନର କହିଥିଲେ। ଓଡ଼ିଶାରୁ ତେଲେଙ୍ଗାନା ହୋଇ କର୍ଣ୍ଣାଟକକୁ ଗଞ୍ଜେଇ ଆସୁଛି ବୋଲି ପୁଲିସ ସୂଚନା ଦେଇଛି।