ନୂଆଦିଲ୍ଲୀ,ଏଜେନ୍ସି: ସୁବାସ ସିଂହଙ୍କ ଇସ୍ତଫା ପରେ ଖାଲିପଡ଼ିଥିବା ଆସନ ପାଇଁ ହେବ ଉପନିର୍ବାଚନ। ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। କଟକର ମେୟର ନିର୍ବାଚିତ ହେବା ପରେ ସୁବାସ ସିଂହ ରାଜ୍ୟସଭା ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ।
ଉପନିର୍ବାଚନରେ ନିର୍ବାଚିତ ସଦସ୍ୟ ୨୦୨୬ ଏପ୍ରିଲ୍ ମାସ ପର୍ୟ୍ୟନ୍ତ ସଦସ୍ୟ ରହିବେ। ତେଣୁ ଏନେଇ ସଜବାଜ ଆରମ୍ଭ ହୋଇଯାଇଛି। ତେଣୁ ଯାହା ସୁଚନା ମିଳିଛି ଉପନିର୍ବାଚନ ପାଇଁ ମେ ୨୬ରୁ ଜୁନ୍ ୨ ପର୍ୟ୍ୟନ୍ତ ନାମାଙ୍କନ ଦାଖଲ କରିବେ ଆଶାୟୀ ପ୍ରାର୍ଥୀ।
ଜୁନ୍ ୩ରେ ନାମାଙ୍କନ ଯାଞ୍ଚ କରାଯିବ। ୬ ତାରିଖ ମଧ୍ୟରେ ନାମାଙ୍କନ ପ୍ରତ୍ୟାହାର କରି ପାରିବେ ଆଶାୟୀ। ଆବଶ୍ୟକ ହେଲେ ଜୁନ୍ ୧୩ ତାରିଖରେ ଭୋଟ ଗ୍ରହଣ ହେବ ବୋଲି ଏହି ବିଜ୍ଞପ୍ତିରୁ ଜଣାପଡ଼ିଛି।