ଭୁବନେଶ୍ୱରରେ କ୍ୟାନ୍ସର ହସ୍ପିଟାଲ

ଭୁୁବନେଶ୍ୱର,ଏନ୍ଏନ୍ଏସ୍: ଭୁବନେଶ୍ୱରରେ ବାଗଚୀ ଓ ଶ୍ରୀ ଶଙ୍କର କ୍ୟାନ୍ସର ହସ୍ପିଟାଲ ପ୍ରତିଷ୍ଠା ପାଇଁ ମଞ୍ଜୁରୀ ମିଳିଯାଇଛି। କ୍ୟାନ୍ସର ହସ୍ପିଟାଲ ପ୍ରତିଷ୍ଠା ପାଇଁ ସୁବ୍ରତ ଓ ସୁସ୍ମିତା ବାଗଚୀ ୨୧୦ କୋଟି ଟଙ୍କା ପ୍ରଦାନ କରିବେ। ଏଥିସହିତ ରାଜ୍ୟ ସରକାର ମାଗଣାରେ ଇନଫୋସିଟି-୨ରେ ୨ ଏକର ଜମି ପ୍ରଦାନ କରିବ। ୨୦୨୪ ଜାନୁଆରୀ ସୁଦ୍ଧା ୨୫୦ ଶଯ୍ୟାର ଚିକିତ୍ସା ସୁବିଧା ମିଳିବ। ସମ୍ପୂର୍ଣ୍ଣ ମାଗଣା ଚିକିତ୍ସା ପାଇଁ ୨୫ ପ୍ରତିଶତ ଶଯ୍ୟା ଖାଲି ରଖାଯିବ।