ଭୁବନେଶ୍ୱର,ଏନ୍ଏନ୍ଏସ: ଅନ୍ୟପକ୍ଷରେ ସନ୍ଧ୍ୟାରେ ଏୟାର ଏସିଆର ୧୫୬୩ ବିମାନ ବାତିଲ ହୋଇଯିବା କାରଣରୁ ଯାତ୍ରୀମାନେ ପ୍ରବଳ ପାଟିତୁଣ୍ଡ କରିଥିଲେ। ମିଳିଥିବା ସୂଚନା ଅନୁଯାୟୀ କଲିକତାରୁ ଆସିବାକୁଥିବା ଏହି ଏୟାର ଏସିଆ ବିମାନଟି ରାତି ୯ଟା ୫୦ରୁ ଭୁବନେଶ୍ୱରରୁ ବେଙ୍ଗାଲୁରୁ ଅଭିମୁଖେ ଯାତ୍ରା ଆରମ୍ଭ କରିଥାନ୍ତା। ମାତ୍ରା ଏହି ବିମାନରେ ବିଳମ୍ବ ହେବା ନେଇ ପ୍ରଥମେ ଘୋଷଣା ହୋଇଥିଲା ପରେ ବିମାନଟି କଲିକତାରୁ ଆସିନପାରିବାରୁ ବିମାନ ସେବାକୁ ବାତିଲ କରାଯାଇଛି ବୋଲି ଘୋଷଣା ହୋଇଥିଲା।
ତେଣୁ ଯାତ୍ରୀମାନଙ୍କୁ ଟଙ୍କା ରିଫଣ୍ଡ କରିଦିଆଯିବ ବୋଲି ଏୟାର ଏସିଆ ପକ୍ଷରୁ କୁହାଯିବା କାରଣରୁ ଏହି ଯାତ୍ରୀମାନେ ପ୍ରବଳ ପାଟିତୁଣ୍ଡ କରିଥିଲେ. ଏହି ବିମାନରେ ଯିବା ପାଇଁ ୧୮୦ ଜଣ ଯାତ୍ରୀ ଟିକଟ କରିଥିବା ବେଳେ ଏମାନଙ୍କ ପାଇଁ କୌଣସି ବ୍ୟବସ୍ଥା ନକରି ଟଙ୍କା ଫେରସ୍ତ କରାଯିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଥିଲା। ଯାହାକୁ ଯାତ୍ରୀମାନ ନାପସନ୍ଦ କରିବା ସହ ତୁରନ୍ତ ସେମାନଙ୍କ ପାଇଁ ବ୍ୟବସ୍ଥା କରାଯାଇ ସେମାନଙ୍କୁ ନିଆଯାଉ ବୋଲି ଦାବି କରିଥିଲେ। କମ୍ପାନୀ କର୍ତ୍ତୃପକ୍ଷଙ୍କୁ ଯାତ୍ରୀମାନେ ଘେରିଯାଇ ପାଟିତୁଣ୍ଡ କରିବା ସହିତ ଯଦି ଟଙ୍କା ଫେରସ୍ତ ହୁଏ ତାହେଲେ ସେମାନଙ୍କୁ ଦୁଇଗୁଣା ଟଙ୍କା ଦିଆଯାଉ ବୋଲି କହିଥିଲେ।