ଯୁକ୍ତ ୨ର ଅବଶିଷ୍ଟ ପରୀକ୍ଷା ବାତିଲ

ଭୁବନେଶ୍ୱର,ଏନ୍ଏନ୍ଏସ୍: ବାତିଲ ହେଲା ଯୁକ୍ତ ଦୁଇର ଅବଶିଷ୍ଟ ପରୀକ୍ଷା। ଲକଡାଉନ ଯୋଗୁଁ ଯୁକ୍ତ-୨ର ୪ଟି ଷ୍ଟ୍ରିମ(ବିଜ୍ଞାନ, ବାଣିଜ୍ୟ, କଳା ଓ ଧନ୍ଦାମୂଳକ) ପିଲାଙ୍କର ୨୩ଟି ପରୀକ୍ଷା ସ୍ଥଗିତ ରହିଥିବା ବେଳେ ଆଜି ଏହାକୁ ସମ୍ପୂର୍ଣ୍ଣ ବାତିଲ କରାଯାଇଛି। ଏନେଇ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିଷ୍ପତ୍ତି ହୋଇଛି।

ତେବେ ମାର୍ଚ୍ଚ ମାସ ଯୁକ୍ତ ୨ ପରୀକ୍ଷା ଆରମ୍ଭ ହୋଇଥିବା ବେଳେ କରୋନା କଟକଣା ଯୋଗୁଁ ୪ଟି ଷ୍ଟ୍ରିମର ୨୩ଟି ପରୀକ୍ଷା ବାକି ରହିଥିଲା। ତେବେ ବାକି ଥିବା ପରୀକ୍ଷାଗୁଡ଼ିକୁ କରୋନା ସ୍ଥିତି ସୁଧୁରିଲେ କରାଯିବାକୁ ଲକ୍ଷ ରଖାଯାଇଥିଲା। ମାତ୍ର କରୋନା ସଂକ୍ରମଣ ଦ୍ରୂତଗତିରେ ବଢ଼ିଚାଲିଥିବାରୁ ନିକଟରେ ସିବିଏସଇ ଓ ଅଇସିଏସଇ ପକ୍ଷରୁ ପରୀକ୍ଷାଗୁଡ଼ିକୁ ବାତିଲ କରାଯାଇଥିଲା। ଅନୁରୂପଭାବେ ରାଜ୍ୟ ସରକାରଙ୍କ ଅଧୀନ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍‌ଏସ୍‌ଇ) ଦ୍ୱାରା ପରିଚାଳିତ ଦ୍ୱାଦଶ ଶ୍ରେଣୀ(ଯୁକ୍ତ୨)ର ବାକି ଥିବା ପରୀକ୍ଷା‌ ଆଉ ହେବ ନାହିଁ ବୋଲି ନିଷ୍ପତ୍ତି ହୋଇଛି।