ବୀରଭୂମ ହିଂସା: ସିବିଆଇ ତଦନ୍ତ ନେଇ କଲିକତା ହାଇକୋର୍ଟ ଆଜି ପୂର୍ବାହ୍ନରେ ଦେବେ ଆଦେଶ

କୋଲକାତା,ଏଜେନ୍ସି: ପଶ୍ଚିମବଙ୍ଗର ବୀରଭୂମ ହିଂସା ମାମଲାରେ କଲିକତା ହାଇକୋର୍ଟ ଶୁକ୍ରବାର ପୂର୍ବାହ୍ନ ସାଢ଼େ ୧୦ଟାରେ ନିଜର ଆଦେଶ ଜାରି କରିବେ। କୋର୍ଟ ସୁନିଶ୍ଚିତ କରିବେ ଯେ, ଘଟଣାର ଯାଞ୍ଚ କରିବେ। ଏହି ତଦନ୍ତର ଯାଞ୍ଚ ସିବିଆଇ କରିବ ନାଁ ଏନ୍‌ଆଇଏକୁ ଟ୍ରାନ୍ସଫର କରାଯିବ? କଲିକତା ହାଇକୋର୍ଟ ବୀରଭୂମ ହତ୍ୟାକାଣ୍ଡ ଉପରେ ଅବଗତ ହୋଇ ଶୁଣାଣି କରିଛନ୍ତି।

କଲିକତା ହାଇକୋର୍ଟରେ ରାମପରହାଟ ମାମଲାର ଶୁଣାଣୀ ମୁଖ୍ୟ ବିଚାରପତି ପ୍ରକାଶ ଶ୍ରୀବାସ୍ତବ ଓ ବିଚାରପତି ରାଜର୍ଷି ଭରଦ୍ୱାଜଙ୍କ ଦ୍ୱାରା ଗଠିତ ଖଣ୍ଡପୀଠ ଦ୍ୱାରା ହୋଇଥିଲା। ୨ ଦିନ ପର୍ଯ୍ୟନ୍ତ ଚାଲିଥିବା ଏହି ଶୁଣାଣୀରେ ଆଇନଜୀବୀ ଓ ରାଜ୍ୟ ସରକାରଙ୍କ ମହାଧିବକ୍ତା ନିଜ ନିଜ ଦଲୀଲ ଉପସ୍ଥାପନ କରିଥିଲେ।

ପ୍ରମାଣକୁ ଯେପରି ନଷ୍ଟ କରାଯାଇ ନପାରିବ, ସେଥିପାଇଁ ଉଚ୍ଚ ନ୍ୟାୟାଳୟଙ୍କ ଆଦେଶ ପରେ ରାମପୁରହାଟର ବାଗତୁଇ ଗାଁରେ ସିସିଟିଭ କ୍ୟାମେରା ଲଗାଯାଇଛି। ମାତ୍ର ହିଂସା ବିରୋଧରେ ଦଲୀଲ ଉପସ୍ଥାପନ କରିଥିବା ଓକିଲ କହିଛନ୍ତି ଯେ, ପୋଲିସ ମାମଲାର ପ୍ରମାଣ ନଷ୍ଟ କରୁଛି। ବୁଧବାର ଦମକଳ ବାହିନୀ ଲଗାଇ ଘରେ ବହୁ ସମୟ ପର୍ଯ୍ୟନ୍ତ ପାଣି ଢାଳି ପ୍ରମାଣ ନଷ୍ଟ କରିବାକୁ ଉଦ୍ୟମ କରିଛି।

ସୂଚନାଯୋଗ୍ୟ, ପଶ୍ଚିମବଙ୍ଗର ବୀରଭୂମରେ ତୃଣମୂଳ କଂଗ୍ରେସ ନେତାଙ୍କ ହତ୍ୟା ପରେ ହିଂସା ବ୍ୟାପିଛି। ଅଭିଯୋଗ ହେଉଛି ଯେ, ଏଠାରେ ଉତ୍ତେଜିତ ଲୋକେ ପାଖାପାଖି ୧୨ରୁ ଊର୍ଦ୍ଧ୍ୱ ଘରେ ନିଆଁ ଲଗାଇଦେଇଛନ୍ତି। ଏହି ଘଟଣାରେ ମୋଟ ୮ ଜଣଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ୩ ଜଣ ମହିଳା ଓ ୨ ଜଣ ଶିଶୁ ମଧ୍ୟ ଅଛନ୍ତି। ପୁଲିସ କହିବା ଅନୁସାରେ ତଦନ୍ତ ଜାରି ଥିବା ବେଳେ ଏପର୍ଯ୍ୟନ୍ତ ୨୩ ଜଣ ଗିରଫ ହୋଇସାରିଛନ୍ତି।