ଆଖି ବୁଜିଲେ ଆଲବମ୍ କୁଇନ୍ ଦୀପା

ଭୁବନେଶ୍ୱର,ଏନ୍ଏନ୍ଏସ୍: ଆଲବମ୍ କୁଇନ ଦୀପା ସାହୁଙ୍କ ପରଲୋକ। ଦୀପା ଭୁବନେଶ୍ୱରସ୍ଥିତ ସ୍ପର୍ଶ ହସ୍ପିଟାଲରେ  ଚିକିତ୍ସାଧୀନ ଥିବା ଅବସ୍ଥାରେ ପ୍ରାଣ ହରାଇଥିବା ନେଇ ସ୍ୱାମୀ ମନୀନ୍ଦ୍ର ଦତ୍ତ ସୂଚନା ଦେଇଛନ୍ତି। ସେ ଦୀର୍ଘ ଦିନ ଧରି କ୍ୟାନ୍ସରରେ ପୀଡ଼ିତ ଥିଲେ। ଗତ ମାସରେ ଚିକିତ୍ସା ନମନ୍ତେ ପ୍ରଥମେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ପରେ ସ୍ୱାସ୍ଥ୍ୟବସ୍ଥା ବିଗିଡ଼ିବାରୁ ତାଙ୍କୁ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା। ଶତାଧିକ ଓଡ଼ିଆ ଆଲବମରେ ଅଭିନୟ କରି ଦୀପା ଘରେ ଘରେ ବେଶ୍ ପରିଚିତ ଥିଲେ। ‘ନାରୀ ଆଖିରେ ନିଆଁ’ ଜରିଆରେ ସେ ଫିଲ୍ମ ଦୁନିଆରେ ପାଦ ଥାପିଥିଲେ। ଏତଦବ୍ୟତୀତ କିଛି ଓଡ଼ିଆ ଟେଲି ଧାରାବାହିକରେ ମଧ୍ୟ ନଜର ଆସିଥିଲେ।