ଭାରତ ପରେ ‘ଟିକଟକ’କୁ ବ୍ୟାନ କରିବ ଆମେରିକା

ନୂଆଦିଲ୍ଲୀ,ଏନ୍ଏନ୍ଏସ୍: କରୋନା ସଂକ୍ରମଣ ହେବା ପରଠୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଅନେକଥର ଚୀନକୁ ଟାର୍ଗେଟ କରିଛନ୍ତି। ଆଉ ଭାରତ ପରେ ଏବେ ଆମେରିକା ମଧ୍ୟ ‘ଟିକଟକ୍’ ବ୍ୟାନ ଲଗାଇପାରେ ବୋଲି ଟ୍ରମ୍ପ କହିଛନ୍ତି। ଏହି ଆପ୍ ଦ୍ୱାରା ମିଳୁଥିବା ସୂଚନାକୁ ଚୀନର ଖୁଫିଆ ବିଭାଗ ବ୍ୟବହାର କରୁଥିବା ଆମେରିକା ଅଧିକାରୀଙ୍କ ଚିନ୍ତା ବଢ଼ାଉଥିବା ଟ୍ରମ୍ପ ଉଲ୍ଲେଖ କରିଛନ୍ତି।
ହ୍ୱାଇଟ ହାଉସରେ ହୋଇଥିବା ଏକ ସାମ୍ବାଦିକ ସମ୍ମିଳନୀରେ ଟ୍ରମ୍ପ କହିଛନ୍ତି କି, ‘ଆମେ ଲଗାତାର ଭାବେ ଟିକଟକ ଉପରେ ନଜର ରଖିଛୁ। ଆଉ ଆଗାମୀ ଦିନରେ ଏହା ଉପରେ ପ୍ରତିବନ୍ଧକ ଲଗାଇବୁ।’ ଏଥିସହ ଏହାର ବିକଳ୍ପ ସମ୍ପର୍କରେ ଚିନ୍ତା କରାଯାଉଥିବା ମଧ୍ୟ ଟ୍ରମ୍ପ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, ଆମେରିକା ସେନା ଗତବର୍ଷ ଡିସେମ୍ବର ମାସରେ ସୈନିକଙ୍କ ଟିକଟିକ ବ୍ୟବହାର ଉପରେ ରୋକ ଲଗାଇଥିଲେ। ସେନା ପକ୍ଷରୁ ଆପର ସୁରକ୍ଷାକୁ ବିପଦଜନକ ଦର୍ଶାଯାଇଥିଲା। ଆମେରିକା ନୌସେନା ମଧ୍ୟ ଟିକଟକ ଉପରେ ରୋକ ଲଗାଇଛନ୍ତି।