ଭୁବନେଶ୍ୱର,ଏନ୍ଏନ୍ଏସ୍: ଶେଷ ହୋଇଛି ଗୁରୁତ୍ୱପୂର୍ଣ୍ଣ ରାଜ୍ୟ କ୍ୟାବିନେଟ ବୈଠକ। ପୂର୍ବାହ୍ଣ ପ୍ରାୟ ୧୧ଟା ୩୦ ପରେ ଏହି ଗୁରୁତ୍ୱପୂର୍ଣ୍ଣ ବୈଠକ ଆରମ୍ଭ ହୋଇଥିଲା। ମୋଟ ୧୬ଟି ପ୍ରସ୍ତାବ ଉପରେ ମୋହର ବାଜିଥିବା ସୂଚନା ମିଳିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିଲା ଏହି ବୈଠକ।
ମୁଖ୍ୟମନ୍ତ୍ରୀ ନବୀନ ନିବାସରୁ ଭିଡ଼ିଓ କନଫରେନ୍ସିଂ ଜରିଆରେ ଏହି ବୈଠକରେ ସାମିଲ ହୋଇଥିଲେ। ବିଭିନ୍ନ ଜିଲ୍ଲା ଗସ୍ତ କରିଥିବା ରାଜ୍ୟ କ୍ୟାବିନେଟ ମନ୍ତ୍ରୀ ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟରୁ ବୈଠକରେ ଯୋଡ଼ି ହୋଇଥିବା ବେଳେ ଅନ୍ୟ କିଛି ମନ୍ତ୍ରୀ ଲୋକସେବା ଭବନରୁ ବୈଠକରେ ସାମିଲ ହୋଇଥିଲେ। ଚୁକ୍ତିଭିତ୍ତିକ କର୍ମଚାରୀଙ୍କ ସମେତ ସ୍ୱାସ୍ଥ୍ୟ, ଗ୍ରାମ୍ୟ ଉନ୍ନୟନ ପଞ୍ଚାୟତିରାଜ, ଅର୍ଥ ବିଭାଗର କିଛି ନିଷ୍ପତ୍ତି ଉପରେ କ୍ୟାବିନେଟରେ ଆଲୋଚନା ହୋଇଛି।