ଆଜି ଅପରାହ୍ଣ ୫ଟାରେ କ୍ୟାବିନେଟ୍ ଓ ମନ୍ତ୍ରୀ ପରିଷଦ ବୈଠକ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅପରାହ୍ଣ ୫ଟାରେ ଉଭୟ ରାଜ୍ୟ କ୍ୟାବିନେଟ୍ ଓ ମନ୍ତ୍ରୀ ପରିଷଦ ବୈଠକ ବସିବ। ମନ୍ତ୍ରୀ ପରିଷଦ ବୈଠକରେ ୨୦୨୦-୨୧ ଆର୍ଥିକ ବର୍ଷ ଲାଗି ପ୍ରଥମ ଅତିରିକ୍ତ ବଜେଟରେ ମୋହର ଲାଗିବା ନେଇ ପ୍ରସ୍ତାବ ରହିଛି। ଏହା ପରେ ୫ଟା ୧୫ ମିନିଟ‌ରେ କ୍ୟାବିନେଟ୍ ବୈଠକ ବସିବ, ଯେଉଁଥିରେ ୧୫ଟି ପ୍ରସ୍ତାବ ଉପରେ ଆଲୋଚନା ହେବ। ବିଶେଷକରି ପୂର୍ତ୍ତ, ସ୍ୱାସ୍ଥ୍ୟ ଏବଂ ରାଜସ୍ୱ ବିଭାଗର କିଛି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ କ୍ୟାବିନେଟ୍ ମୋହର ମାରିପାରେ।