ସିଏଏ ହିଂସା: ମୃତ୍ୟୁ ସଂଖ୍ୟା ୨୦କୁ ବୃଦ୍ଧି, ହାଇକୋର୍ଟରେ ରାତିଅଧିଆ ଶୁଣାଣି

ନୂଆଦିଲ୍ଲୀ: ସିଏଏକୁ ନେଇ ଦିଲ୍ଲୀରେ ଭୟଙ୍କର ରୂପ ନେଲାଣି। ଗତ ୨ ଦିନ ତଳେ ଘଟିଥିବା ହିଂସାରେ ୧୮ ଜଣଙ୍କ ମୃତ୍ୟୁ ହୋଇଛି। ଏବେବି ୧୫୦ରୁ ଅଧିକ ଚିକିତ୍ସାଧୀନ ଅଛନ୍ତି। ବିଶେଷ କରି ଉତ୍ତର-ପୂର୍ବ ଦିଲ୍ଲୀରେ ଏହି ହିଂସା ଭୀଷଣ ଆକାର ଧାରଣ କରୁଛି । ଏହି ହିଂସାରେ ମୃତ୍ୟୁ ସଂଖ୍ୟା ୧୮ ରେ ପହଞ୍ଚିଛି। ଏନେଇ ଗତ ରାତିଅଧରେ ଦିଲ୍ଲୀ ହାଇକୋର୍ଟରେ ଶୁଣାଣି ହୋଇଥିଲା।

ଦିଲ୍ଲୀ ହାଇକୋର୍ଟ ଏନେଇ ଶୁଣାଶି କରି ଆହତମାନଙ୍କୁ ତୁରନ୍ତ ଉନ୍ନତ ଚିକିତ୍ସା ପାଇଁ ବଡମେଡିକାଲରେ ଭର୍ତ୍ତି କରିବା ପାଇଁ ଦିଲ୍ଲୀ ପୁଲିସକୁ ନିର୍ଦେଶ ଦେଇଛନ୍ତି। ଗତରାତି ୧୨: ୩୦ରେ ଦିଲ୍ଲୀ ହାଇକୋର୍ଟର ବିଚାରପତି ଏସ୍. ମୁରଲୀଧରଙ୍କ ବାସଭବନରେ ଏଥିପାଇଁ ଜରୁରୀ ଶୁଣାଣି ହୋଇଥିଲା। ଯୁଗ୍ମ କମିସନର୍ ଆଲୋକ କୁମାର, ଡିସିପି (କ୍ରାଇମ୍) ରାଜେଶ ଦେଓ ଓ ଦିଲ୍ଲୀ ସରକାରଙ୍କ କାଉନ୍ସେଲ୍ ସଞ୍ଜୟ ଘୋଷ ଏହି ଶୁଣାଣି ସମୟରେ ଉପସ୍ଥିତ ଥିଲେ।

ଏହାପରେ ନିରାପଦ ଆମ୍ବୁଲାନ୍ସ ଯାତ୍ରା ବ୍ୟବସ୍ଥା କରାଇବା ପାଇଁ ଅଦାଲତ ଦିଲ୍ଲୀ ପୁଲିସକୁ ଆଦେଶ ଦେଇଥିଲେ। ଯଦି ‘ଜିଟିବି’ ହସ୍ପିଟାଲ୍ରେ ଆହତମାନଙ୍କ ଚିକିତ୍ସା ନ ହୋଇ ପାରେ ତେବେ ‘ଏଲ୍ଏନ୍ଜେପି’ କିଂବା ‘ମୌଲାନା ଆଜାଦ୍’ କିଂବା ଅନ୍ୟ କୌଣସି ସରକାରୀ ଡାକ୍ତରଖାନାରେ ଆହତମାନଙ୍କର ଚିକିତ୍ସା ବ୍ୟବସ୍ଥା କରାଇବାକୁ ଅଦାଲତ ନିର୍ଦେଶ ଦେଇଥିଲେ। ଏହାପରେ ପୁଲିସ ବିହିତ ପଦକ୍ଷେପ ଗ୍ରହଣ କରି ଆହତମାନଙ୍କୁ ‘ଅଲ୍ ହିନ୍ଦ୍ ହସ୍ପିଟାଲ୍’ରୁ ସ୍ଥାନାନ୍ତରଣ ଆରମ୍ଭ କରିଦେଇଥିବା ସୂଚନାମିଳିଛି ।