ନୂଆଦିଲ୍ଲୀ: ଦେଶର ୬ ରାଜ୍ୟର ୭ ବିଧାନସଭା ସିଟରେ ସେପ୍ଟେମ୍ବର ୫ ତାରିଖରେ ଉପନିର୍ବାଚନ ହେବ । ଏଥିରେ ୟୁପି, ପଶ୍ଚିମବଙ୍ଗ, କେରଳ, ଝାଡ଼ଖଣ୍ଡ ଓ ଉତ୍ତରାଖଣ୍ଡର ଗୋଟିଏ ସିଟ ଏବଂ ତ୍ରିପୁରାର ୨ଟି ସିଟରେ ଭୋଟ ହେବ । ଏହାର ଫଳାଫଳ ସେପ୍ଟେମ୍ବର ୮ ତାରିଖରେ ସାମ୍ନାକୁ ଆସିବ । ଏନେଇ ନିର୍ବାଚନ ଆୟୋଗ ତରଫରୁ ଘୋଷଣା କରାଯାଇଛି ।
ନିର୍ବାଚନ ଆୟୋଗଙ୍କ କହିବାନୁସାରେ, ଉତ୍ତରପ୍ରଦେଶର ଘୋସୀ, ଉତ୍ତରାଖଣ୍ଡର ବାଗେଶ୍ୱର, କେରଳର ପୁଥୁପଲ୍ଲୀ, ତ୍ରିପୁରାର ବୋକ୍ସାନଗର ଓ ଧନପୁର ସିଟରେ ଉପନିର୍ବାଚନ ଅନୁଷ୍ଠିତ ହେବ ।