ନବରଙ୍ଗପୁର,ଏନ୍ଏନ୍ଏସ୍: ଭୁବନେଶ୍ୱରରେ ଆଜି ମୁଖ୍ୟମନ୍ତ୍ରୀ ମକା ମିସନରେ କ୍ରେତା ଓ ବିକ୍ରେତାଙ୍କୁ ନେଇ ଓରମାସ ତରଫରୁ ମିଳିତ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ରାଜ୍ୟ ସରକାରଙ୍କ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ପ୍ରମୁଖ ଶାସନ ସଚିବ ସୁଶୀଲ କୁମାର ଲୋହାନି ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଓରମାସର ସିଇଓ ପୁନମ ଗୁହା, ତାପସ କୁମାର, ନବରଙ୍ଗପୁର ଜିଲ୍ଲାପାଳ ଡା. କମଳ ଲୋଚନ ମିଶ୍ର ଓ ନବରଙ୍ଗପୁର ଓରମାସର ଉପମୁଖ୍ୟ ନିର୍ବାହୀ ଅଧିକାରୀ ଏ. ଉମା ମହେଶ ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସରରେ ମକା କ୍ରୟ ବିଜୟନଗର ବାୟୋଟେକ୍, ଦେହାତ ଗୁରୁଗ୍ରାମ, ସୁକୁମା ପଲଟି, ଭେଙ୍କଟେଶର ହେଚେରୀ, ସିଡବ୍ଲ୍ୟୁସିଓ ସେଣ୍ଟ୍ରାଲ ୱେୟାର ହାଉସ କର୍ପୋରେସନର ଅଧିକାରୀମାନେ ଯୋଗଦେଇ ଆଲୋଚନାରେ ସକ୍ରିୟ ଅଂଶଗ୍ରହଣ କରିଥିଲେ । ଏଥିରେ ବିଜୟନଗର ବାୟୋଟେକକୁ ୬୦ ହଜାର ମେଟ୍ରିକ୍ ଟନ୍ ଓ ଦେହାତ ଗୁରୁଗ୍ରାମକୁ ୧୦ ହଜାର ମେଟ୍ରିକ ଟନ୍ ମକା କ୍ରୟ କରିବା ପାଇଁ ଚୁକ୍ତିବଦ୍ଧ କରାଯାଇଥିଲା । ମୁଖ୍ୟମନ୍ତ୍ରୀ ମକା ମିସନ୍ ମାଧ୍ୟମରେ ସଫଳ ମକା ଚାଷ ସହ ବଜାର ସୁବିଧା ଯୋଗାଇ ଦେବା ପାଇଁ ଓରମାସ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇ କୃଷକ ସଶକ୍ତିକରଣ ବ୍ୟବସ୍ଥା ମଜଭୁତ କରିବା ଲକ୍ଷ୍ୟ ରଖାଯାଇଛି ।