କୋଭିଡ୍ ୧୯ ଚିକିତ୍ସା ସମ୍ବନ୍ଧିତ ଉପକରଣ ନିର୍ମାଣ କରିବ ବାୟୋକନ୍

ନୂଆଦିଲ୍ଲୀ,ଏନ୍ଏନ୍ଏସ୍: ଜୈବ ପ୍ରାଦ୍ୟୋଗିକୀ କ୍ଷେତ୍ରର ପ୍ରମୁଖ କମ୍ପାନୀ ବାୟୋକନର ସହାୟକ କମ୍ପାନୀକୁ ଭାରତୀୟ ମେଡିସିନ୍ ମହାନିୟନ୍ତ୍ରକ (ଡିସିଜିଆଇ)ଠାରୁ କୋଭିଡ୍ ୧୯ରେ ଗୁରୁତର ଅବସ୍ଥାରେ ଆକ୍ରାନ୍ତ ଥିବା ରୋଗୀଙ୍କ ଚିକିତ୍ସା କରିବା ଲାଗି ଉପକରଣ ନିର୍ମାଣ କରିବା ପାଇଁ ମଞ୍ଜୁରି ମିଳିଛି। ବାୟୋକନ୍ ଏକ ବିବୃତିରେ କହିଛି ଯେ ଏହାର ସହାୟକ କମ୍ପାନୀ ବାୟୋକନ୍ ବାୟୋଲୋଜିକ୍ସକୁ ରକ୍ତଶୋଧନ ଉପକରଣ ‘ସାଇଟୋସର୍ବ୍’ ପାଇଁ ଡିସିଜିଆଇ ଠାରୁ ମଞ୍ଜୁରି ପ୍ରାପ୍ତ ହୋଇଛି। ଯାହା ଆଇସିୟୁରେ ଭର୍ତ୍ତି ହୋଇଥିବା କୋଭିଡ୍ ୧୯ ରୋଗୀଙ୍କ ମଧ୍ୟରେ ପ୍ରୋ-ଇନଫ୍ଲାମାଟୋରୀ ସାଇଟୋକିନ୍ସ ସ୍ତରକୁ କମ୍ କରିବ। ଏହାକୁ କୋଭିଡ୍ ୨୯ ରୋଗୀଙ୍କ ମଧ୍ୟରେ ସାଇଟୋସର୍ବର ବ୍ୟବହାର ପାଇଁ ଜନହିତରେ ଆପାତକାଳିନ ଲାଇସେନ୍ସ ମିଳିଛି। ୧୮ ବର୍ଷ କିମ୍ବା ତଦୂଦ୍ଧ୍ୱର୍ ରୋଗୀଙ୍କ କ୍ଷେତ୍ରରେ ଏହାର ବ୍ୟବହାର କରାଯିବ। ତେବେ କୋଭିଡ୍ ୧୯ ମହାମାରୀ କାବୁ ମଧ୍ୟକୁ ଆସିବା ପର୍ଯ୍ୟନ୍ତ ଏହି ଲାଇସେନ୍ସ ପ୍ରଭାବୀ ହେବ।