ବାଣିଜ୍ୟ ଓ ବିକ୍ରୟ କର ବିଭାଗର ମିଳିତ ଚଢ଼ଉ

ପାଟଣାଗଡ଼,ଏନ୍ଏନ୍ଏସ୍: ଗତ କିଛିଦିନ ତଳେ ପାଟଣାଗଡ଼ରେ ଲୁଣର କଳାବଜାରୀ ହେଉଥିବା ଅଭିଯୋଗ ପରେ ସହରର ବିଭିନ୍ନ ଦୋକାନରେ ଚଢ଼ଉ କରାଯାଇଥିବା ବେଲେ ଆଜି ପାଟଣାଗଡ ସହରରେ ଥିବା ୨ଟି ବ୍ୟବସାୟିକ ପ୍ରତିଷ୍ଠାନ ଲକ୍ଷ୍ମୀକିରାଣା ଓ ରାହୁଲ ଏଣ୍ଟରପ୍ରାଇଜେସ୍ ଦୋକାନରେ ଚଢ଼ଉ କରାଯାଇଛି। ତେବେ ବାଣିଜ୍ୟ କର ଓ ବିକ୍ରୟ କର ବିଭାଗ ମିଳିତ ଚଢ଼ଉ କରିଥିବା ଜଣାଯାଇଛି।

ଏହି ଚଢ଼ଉରେ କଲାହାଣ୍ଡି ବାଣିଜ୍ୟ କର ଯୁଗ୍ମ କମିସନର ସଞ୍ଜିବ ସିଂଙ୍କ ନେତୃତ୍ୱରେ ଡେପୁଟି କମିସନର ଫକିର ମୋହନ ଶତପଥୀ, ବଲାଙ୍ଗିର ଦ୍ରବ୍ୟ ସେବାକର ଅଧିକାରୀ ଆଶୀଷ କୁମାର ସାହୁ, ଚାଢ଼ଉ କରି ଉକ୍ତ ଦୋକାନ ମାନଙ୍କରେ ଆବଶ୍ୟକୀୟ କାଗଜପତ୍ର ଯାଞ୍ଚ କରିଥିଲେ। ମାତ୍ର କାଗଜପତ୍ର ଠିକ୍ ନଥିବାରୁ ଦୋକାନକୁ ସିଲ କରିଥିବା ଜଣାପଡ଼ିଛି।