ଢ଼େଙ୍କାନାଳରେ ବସ୍ ଓଲଟି ୩୫ ଆହତ

ଢ଼େଙ୍କାନାଳ,ଏନ୍ଏନ୍ଏସ୍: ଢେଙ୍କାନାଳ ଜିଲ୍ଲା ହିନ୍ଦୋଳର ପଡ଼ା ଛକରେ ବୁଧବାର ଏକ ଯାତ୍ରୀବାହୀ ବସ୍‌ ଭାରସାମ୍ୟ ହରାଇ ଓଲଟି ପଡ଼ିବାରୁ ୩୫ ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ହିନ୍ଦୋଳ ଓ ଖଜୁରିଆକଟା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏଥିରେ ୫ଜଣ ଗୁରୁତର ଥିବାରୁ ସେମାନଙ୍କୁ କଟକ ବଡ଼ ଡାକ୍ତରଖାନାକୁ ନିଆଯାଇଛି।

ସୂଚନା ଅନୁସାରେ ବୁଧବାର ସକାଳେ ମା ପ୍ରମୋଦା ନାମକ ଏକ ଘରୋଇ ବସଟି ଭୁବନେଶ୍ଵରରୁ ସମ୍ବଲପୁର ଯାଉଥିବାବେଳେ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଫଳରେ ଏଥିରେ ଥିବା ଯାତ୍ରୀମାନଙ୍କ ମଧ୍ୟରୁ ୩୫ ଜଣ ଆହତ ହୋଇଥିଲେ।

ସେଠାରେ ସ୍ଥାନୀୟ ଲୋକେ ପହଞ୍ଚି ତାଙ୍କୁ ଉଦ୍ଧାର କରିବା ସହ ସେମାନଙ୍କୁ ସ୍ଥାନୀୟ ହିନ୍ଦୋଳ ଓ ଖଜୁରିଆକଟା ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। ସେଠାରୁ ଗୁରୁତର ୫ଜଣଙ୍କୁ କଟବ ବଡ଼ ମେଡ଼ିକାଲ ସ୍ଥାନାନ୍ତରକୁ କରାଯାଇଥିବା ଜଣାଯାଇଛି।