ବସ–ଟ୍ରକ ମୁହା ମୁହିଁ ଧକ୍କା ଅଳ୍ପକେ ବର୍ତିଲେ ଯାତ୍ରୀ

ଦେବଗଡ,ଏନ୍ଏନ୍ଏସ୍: ଦେବଗଡ଼ ଜିଲ୍ଲା ବାରକୋଟ ଥାନା ଅନ୍ତର୍ଗତ ମରଡଙ୍ଗ ଠାରେ ଆଜି ପ୍ରତ୍ୟୁଷରେ ଏକ ଯାତ୍ରୀବାହୀ ବସ ଓ ମାଲବାହୀ ଟ୍ରକ ସହ ମୁହା ମୁହିଁ ଧକ୍କା ହେବା ଫଳରେ ଅଳ୍ପକେ ବର୍ତିଛନ୍ତି ଯାତ୍ରୀ। ଏହି ଦୁର୍ଘଟଣାରେ ବସ ଚାଳକ ଗୁରୁତର ଥିବା ଜଣାପଡିଛି ।

ମିଳିଥିବା ସୂଚନା ଅନୁଯାୟୀ, ଆଜି ପ୍ରତ୍ୟୁଷରେ ଭୁବନେଶ୍ୱରୁ ରାଉରକେଲା ଅଭିମୁଖେ ଯାଉଥିବା ରାଜ୍ୟ ପରିବହନ ନିଗମର ହାଇଟେକ ଯାତ୍ରୀବାହୀ ବସ ବାରକୋଟ ଥାନା ଅନ୍ତର୍ଗତ ମରଡଙ୍ର୍ଗ ଗ୍ରାମ ନିକଟରେ ପହଚିଂବା ପରେ ସମ୍ମୁଖ ଭାଗରୁ କୋଇଡାରୁ ବାରକୋଟ ପଟକୁ ଆସୁଥିବା ମାଲ ବୋଝେଇ ଟ୍ରକ ସହ ମୁହାମୁହିଁ ଧକ୍କା ହୋଇଥିଲେ। ଫଳରେ ବସ ଚାଳକ କବିନ୍ଦ୍ର କୁମାର ବିଶ୍ୱାଳ ଗୁରୁତର ଆହତ ହୋଇଥିବା ବେଳେ ଅନ୍ୟ ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ଜଣା ପଡିଛି । ବାରକୋଟ ଥାନା ପୁଲିସ ଏକ ମାମଲା ଋୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।