ଜଗତସିଂହପୁର,ଏଜେନ୍ସି: ମର୍ମନ୍ତୁଦ ସଡକ ଦୁର୍ଘଟଣା। ଯାତ୍ରୀବାହୀ ବସ୍କୁ ଧକ୍କା ଦେଲା ହାଇୱା। ଫଳରେ ଏହି ଦୁର୍ଘଟଣାରେ ୧୫ ଜଣ ଯାତ୍ରୀ ଆହତ ହୋଇଥିବା ଜଣାପଡିଛି। ତେବେ ଜଗତସିଂହପୁର ବିରିଡି ଥାନା ଅନ୍ତର୍ଗତ ବସନ୍ତପୁର ଛକ ନିକଟରେ ଦୁର୍ଘଟଣା ହୋଇଛି।
ତେବେ ୧୫ ଜଣ ଜଣ ଆହତଙ୍କ ମଧ୍ୟରୁ ଜଣେ ଗୁରୁତର ରହିଛନ୍ତି। ଗୁରୁତର ଜଣଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ସେହିପରି ଅନ୍ୟ ସମସ୍ତ ଆହତଙ୍କୁ ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଜାନକୀ ନାମକ ଏହି ଯାତ୍ରୀବାହୀ ବସ୍ଟି କଟକରୁ ଏରସମା ବ୍ଲକ ପଦ୍ମପୁର ଅଭିମୁଖେ ଯାତ୍ରା କରୁଥିଲେ।