ଭୁବନେଶ୍ୱର,ଏନ୍ଏନ୍ଏସ୍ : ଆସନ୍ତାକାଲିଠାରୁ ସାରା ରାଜ୍ୟରେ ବନ୍ଦ ରହିବ ବସ୍ ସେବା । ଆସନ୍ତାକାଲି ସକାଳ ୧୧ଟା ଠାରୁ ଘରୋଇ ବସ୍ ସେବା ବନ୍ଦ ରଖିବା ପାଇଁ ରାଜ୍ୟ ସରକାର ପଦକ୍ଷେପ ନେଇଥିବା ସୂଚନା ଦେଇଛନ୍ତି ରାଜ୍ୟ ସରକାରଙ୍କ କରୋନା ସଚେତନତା ଟିମର ମୁଖ୍ୟ ସୁବ୍ରତ ବାଗଚୀ । ସୋମବାର ଗୀତଗୋବିନ୍ଦ ସଦନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୁବ୍ରତ ବାଗଚୀ କହିଛନ୍ତି, ରାଜ୍ୟ ସରକାର କରୋନା ମୁକାବିଲା କରିବା ପାଇଁ ସାରା ରାଜ୍ୟରେ ବସ୍ ସେବା ବନ୍ଦ ରଖିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଗତକାଲି ଆନ୍ତଃରାଜ୍ୟ ବସ୍ ଚଳାଚଳ ବନ୍ଦ ରଖିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । ଆନ୍ତଃରାଜ୍ୟ ବସ୍ ଚଳାଚଳ ଅନିଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ ରହିବ ବୋଲି ଘରୋଇ ମାଲିକ ସଂଘ ସମ୍ପାଦକ ଦେବେନ୍ଦ୍ର ସାହୁ ସୂଚନା ଦେଇଥିଲେ ।