କାମାକ୍ଷା ନଗରରେ ଓଲଟିଲା ଯାତ୍ରୀବାହୀ ବସ୍

ଢ଼େଙ୍କାନାଳ,ଏନଏନ୍ଏସ୍: ଢ଼େଙ୍କାନାଳ କାମାକ୍ଷାନଗର ଅଞ୍ଚଳରେ ଏକ ଯାତ୍ରୀବାହୀ ବସ୍ ଓଲଟି ପଡ଼ିଥିବା ଜଣାପଡ଼ିଛି। ଏହି ସମୟରେ ବସରେ ୨୫ରୁ ଊର୍ଦ୍ଧ୍ୱ ଯାତ୍ରୀ ଉପସ୍ଥିତ ଥିବା ବେଳେ ସେମାନେ ଅଳ୍ପକେ ବର୍ତ୍ତି ଯାଇଛନ୍ତି।

ସୂଚନା ଅନୁସାରେ ଶ୍ରୀ ରାମ ଜି ନାମକ ଏକ ଘରୋଇ ବସ ରାଉରକେଲାରୁ ବାଲେଶ୍ୱର ଅଭିମୁଖେ ଯାଉଥିଲା। ଏହି ସମୟରେ କାମାକ୍ଷାନଗର ଆଳଡୁମା ବ୍ରିଜ ନିକଟରେ ବସଟି ଓଲଟି ପଡ଼ିଥିଲା। ଜାତୀୟ ରାଜପଥ ସଂପ୍ରସାରଣ କାମ ଚାଲୁଥିବା ବେଳେ ଏକ ହାଇୱା ବସ୍ ସମ୍ମୁଖକୁ ପଳାଇ ଆସିଥିଲା। ଏହା ପରେ ବସଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା।