ବସ୍ ଓଲଟି ୩୦ ଆହତ

ସୁନ୍ଦରଗଡ,ଏନ୍ଏନ୍ଏସ୍: କୁତ୍ର। ଥାନା ଅନ୍ତର୍ଗତ କୁତ୍ରା ଛକ ନିକଟରେ ବସ ଓଲଟି ୩୦ ଆହତ । ରାଉରକେଲା ରୁ ବ୍ରହ୍ମପୁର ଯାଉଥିବା ବରାଳ ଦେବୀ ବସ ସମ୍ମୁଖରେ ହଠାତ ଏକ ବାଇକ ଚାଲି ଆସିବାରୁ ଏହି ଦୁର୍ଘଟଣା ଘଟିଥିଲା । ପ୍ରବଳ ବର୍ଷା ଯୋଗୁଁ ବାଇକ ଚାଳକଙ୍କୁ ଦେଖି ନପାରି ନଥିଲେ ବସ ଡ୍ରାଇଭର ।

ଖବର ପାଇ କୁତ୍ରା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରିବା ସହ ସେମାନଙ୍କୁ ପ୍ରାଥମିକ ଚିକିତ୍ସା ପାଇଁ ଡାକ୍ତରଖାନା ପଠାଇଛି ।