ଟ୍ରକକୁ ଧକ୍କା ଦେଲା ଯାତ୍ରୀବାହୀ ବସ୍, ୯ ଯାତ୍ରୀ ଗୁରୁତର

ବାଲେଶ୍ୱର,ଏନ୍ଏନ୍ଏସ୍: ବାଲେଶ୍ୱର ଜିଲ୍ଲା ୧୬ନଂ ଜାତୀୟ ରାଜପଥର ସୋର ନିକଟ ତଳନଗର ଅଞ୍ଚଳରେ ଶୁକ୍ରବାର ଏକ ଠିଆ ହୋଇଥିବା ଟ୍ରକକୁ ଯାତ୍ରୀବାହୀ ବସ ଧକ୍କା ଦେଇଥିଲା। ଏହି  ଦୁର୍ଘଟଣାରେ ୯ଜଣ ଯାତ୍ରୀ ଗୁରୁତର ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୬ଜଣଙ୍କୁ ସୋର ଡାକ୍ତରଖାନରେ ଭର୍ତ୍ତି କରାଯାଇଛି।

ସେହିପରି ଅନ୍ୟ ୩ଜଣଙ୍କୁ ବାଲେଶ୍ବର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ସୂଚନା ଅନୁସାରେ ଗୁଜୁରାଟରୁ  କିଛି ତୀର୍ଥଯାତ୍ରୀ ଏକ ୱିଙ୍ଗର ଗାଡ଼ିରେ ପୁରୀ ବୁଲିବାକୁ ଆସିଥିଲେ। ଏହି ସମୟରେ ଗାଡ଼ିଚାଳକକୁ ନିଦ ଲାଗିବାରୁ ସେ ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଠିଆ ହୋଇଥିବା ଏକ ଟ୍ରକକୁ ଧକ୍କା ଦେଇଥିଲା।

ଏହି ପରିପ୍ରେକ୍ଷୀରେ ୯ଜଣ ଯାତ୍ରୀ ଆହତ ହୋଇଥିବା ଜଣାଯାଇଛି। ଏ ନେଇ ପୁଲିସ ସେଠାରେ ପହଞ୍ଚି ବସ ଓ ଟ୍ରକକୁ ଜବତ କରିଛି।