ବସ୍-ଟ୍ରକ୍ ମୁହାଁମୁହିଁ, ୨୦ ଆହତ

ରାଉରକେଲା,ଏନ୍ଏନ୍ଏସ୍: ୧୪୩ନମ୍ବର ଜାତୀୟ ରାଜପଥର କୁଆଁରମୁଣ୍ଡା ନିକଟରେ ଶୁକ୍ରବାର ଏକ ସରକାରୀ ବସ୍ ଓ ଟ୍ରକ୍ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ୨୦ ଜଣ ଯାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଆହତଙ୍କୁ ସ୍ଥାନୀୟ ପୁଲିସ ଉଦ୍ଧାର କରି ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରିଥିବା ଜଣାପଡ଼ିଛି।

ଶୁକ୍ରବାର ଅପରାହ୍ଣରେ ବୀରମିତ୍ରପୁର ଝୁନମୁରରୁ ଆସୁଥିବା ସରକାରୀ ବସ୍ (ଓଡି-୦୭-୩୩୧୦) ସହିତ ଚାଡ୍ରୀ ହରିହରପୁର ନିକଟରେ ସମ୍ମୁଖରୁ ଆସୁଥିବା ଟ୍ରକ୍ (ସିଜି-୦୪-ଏଲଏଫ୪୪୯୮) ଧକ୍କା ହୋଇଥିଲା। ଟ୍ରକଟି ରାଉରକେଲାରୁ ବୀରମିତ୍ରପୁର ଯାଉଥିଲା। କୁଆଁରମୁଣ୍ଡା ଫାଣ୍ଡି ଅଧିକାରୀ ଓ ବୀରମିତ୍ରପୁର ଥାନାଧିକାରୀ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରିଥିଲେ।