ରାଉରକେଲା, ଏନ୍ଏନ୍ଏସ୍ : ଜାତୀୟ ରାଜପଥ ୧୪୩ ବୀରମିତ୍ରପୁର ଥାନା ଅନ୍ତର୍ଗତ ଲାସେଠାରେ ଏକ ଯାତ୍ରୀବାହୀ ବସ୍ ଓଲଟି ଜଣେ ପ୍ରାଣ ହରାଇଥିବା ବେଳେ ୧୫ ଜଣ ଆହତ ହୋଇଛନ୍ତି। ମୃତକ ଜଣକ ହେଉଛନ୍ତି ବସର ହେଲପର ରାଉରକେଲା ଗାନ୍ଧୀରୋଡ୍ ଅଞ୍ଚଳରେ ରହୁଥିବା ରାଜୁ। ଆହତମାନଙ୍କୁ ପ୍ରଥମେ କୁଆଁରମୁଣ୍ଡା ଗୋଷ୍ଠୀ ଚିକିତ୍ସାଳୟ ଓ ପରେ ରାଉରକେଲା ସରକାରୀ ଡାକ୍ତରଖାନା (ଆରଜିଏଚ)କୁ ସ୍ଥାନାନ୍ତର କରାଯାଇଛି। ଘଟଣାସ୍ଥଳରେ ପୁଲିସ ପହଞ୍ôଚ ଉଦ୍ଧାର କାର୍ଯ୍ୟ ଜାରି ରଖିଛି।
ସୂଚନା ଅନୁଯାୟୀ, ୬ ଲେନ ରାସ୍ତା ତିଆର ଚାଲିଥିବାରୁ ରାଉରକେଲାରୁ ବୀରମତ୍ରପୁରକୁ ଆସୁଥିବା ଯାତ୍ରୀବାହୀ ବସ୍ ରାହୁଲ ଆଣ୍ଡ୍ ରୋହନ(ଓଡ଼ି-୧୪ଆର-୩୮୬୨) ଅପରାହ୍ଣ ୩ଟାରେ ଲାସେଠାରେ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ତେବେ ଅଣାୟତ୍ତ ହୋଇ ବସ୍ ରାସ୍ତାଳତଳକୁ ଓଲଟି ପଡ଼ିଥିଲା। ଏଥିରେ ହେଲପର ଚାପି ହୋଇ ଘଟଣାସ୍ଥଳରେ ପ୍ରାଣ ହରାଇଥିଲେ।