ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ବସ୍ ତଳେ ଚାଲିଗଲା ୭ ଜୀବନ

ଉତ୍ତରପ୍ରଦେଶ,ଏଜେନ୍ସି: ଉତ୍ତରପ୍ରଦେଶର ବୁଲନ୍ଦସହରରେ ଆଜି ଏକ ଅଘଟଣ ଘଟିଯାଇଛି। ତୀର୍ଥଯାତ୍ରାରେ ଯାଇଥିବା ଲୋକଙ୍କ ଉପରେ ଚଢ଼ିଗଲା ବସ୍। ଶୁକ୍ରବାର ଗୋଟିଏ ପରିବାରର ୪ ଜଣ ମହିଳା ଏବଂ ୩ ଜଣ ଛୋଟପିଲା ତୀର୍ଥ ଯାତ୍ରାରେ ଆସିଥିଲେ । ଏହି ସମୟରେ ହଠାତ ଦ୍ରୁତଗତିରେ ଏକ ବସ୍ ତାଙ୍କ ଉପରକୁ ମାଡ଼ି ଯାଇଥିଲା। ଫଳରେ ଘଟଣାସ୍ଥଳରେ ୭ଜଣଙ୍କର ମୃତ୍ୟୁ ହୋଇଛି।

ସୂଚନା ଅନୁସାରେ ସେମାନେ ହାଥରସର ବୋଲି ଜଣାପଡିଛି । ତେବେ ସେମାନେ ଗଙ୍ଗାନଦୀରେ ସ୍ନାନ କରିବା ପରେ ନରୋରା ଘାଟକୁ ଫେରିଥିଲେ । ଦୂର୍ଘଟଣା ଘଟାଇଥିବା ବେସରକାରୀ ବସଟି ବୈଷ୍ଣୋଦେବୀରୁ ତୀର୍ଥଯାତ୍ରୀଙ୍କୁ ଧରି ଫେରୁଥିଲା । ପୁଲିସ ସୂଚନା ମୁତାବକ ଦୂର୍ଘଟଣା ଘଟାଇବା ପରେ ଗାଡି ଚାଳକ ଫେରାର୍ ହୋଇଯାଇଛି । ପୁଲିସ ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇଛି ।