ହିମାଚଳ ପ୍ରଦେଶରେ ହୋଲି ଦିନ ମର୍ମନ୍ତୁଦ ବସ୍ ଦୁର୍ଘଟଣା ଘଟିଛି। ଏଥିରେ ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩୪ ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ହସ୍ପିଟାଲରେ ଚିକିତ୍ସା କରାଯାଉଛି। ହିମାଚଳର ଚମ୍ବା ଜିଲାରେ ମଙ୍ଗଳବାର ସକାଳ ପାଖାପାଖି ସାଢ଼େ ୬ଟାରେ ଏହି ଦୁର୍ଘଟଣା ଘଟିଥିଲା।
ଖବରରୁ ଜଣାପଡ଼ିଛି, ଏଚ୍ଆର୍ଟିସି ବସ୍ ଡେରାଡୁନ୍ରୁ ଚଣ୍ଡୀଗଡ଼ ଦେଇ ଚମ୍ବା ଆସୁଥିଲା। ଚମ୍ବା ପଠାନକୋର୍ଟ ରାସ୍ତାରେ କାଙ୍ଗୁର ଚେହଲି ନିକଟରେ ଏହା ଦୁର୍ଘଟଣାର ଶିକାର ହୋଇଥିଲା। ଆହତ ଯାତ୍ରୀମାନଙ୍କ ଚିତ୍କାର ଶୁଣି ନିକଟସ୍ଥ ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କୁ ଉଦ୍ଧାର କରିଥିଲେ। ତେବେ ବର୍ତ୍ତମାନ ସୁଦ୍ଧା ଦୁର୍ଘଟଣାର କାରଣ ଜଣାପଡ଼ି ନ ଥିବା ବେଳେ ପୋଲିସ ପହଞ୍ଚି ତଦନ୍ତ କରୁଛି।