ଚଳନ୍ତା ବସ୍ କୁ ପଛରୁ ଧକ୍କା ଦେଲା ବସ୍, ୬ ଆହତ

ଭୁବନେଶ୍ୱର: ଭୁବନେଶ୍ୱରରୁ କଟକ ଅଊିମୁଖେ ଯାଉଥିବା ଏକ ବସ୍ ର ପଛରୁ ଆଉ ଏକ ବସ୍ ଧକ୍କା ଦେବାରୁ ୬ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । କଟକ ଭୁବନେଶ୍ୱର ଏନଏଚର ପ୍ରତାପବଗରୀ ନିକଟରେ ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଥିଲା । ଏଥିରେ ଉଭୟ ବସ୍ କ୍ଷତିଗ୍ରସ୍ତ ହୋଇଥିବାବେଳେ ବସରେ ଥିବା ୬ଜଣ ଯାତ୍ରୀ ଆହତ ହୋଇଛନ୍ତି । ସମସ୍ତଙ୍କୁ କଟକ ବଡ ମେଡିକାଲରେ ଭର୍ତ୍ତି କରାଯାଇଛି ।