ଓଲଟିଲା ବସ୍‌, ୫ ଯାତ୍ରୀ ଗୁରୁତର

ପୁରୀ,ଏନ୍ଏନ୍ଏସ୍: ସତ୍ୟବାଦୀ ବିରଗୋବିନ୍ଦପୁର ଠାରେ ଭରସାମ୍ୟ ହରାଇ ଓଲଟିଲା ଶ୍ରୀଦୁର୍ଗା ବସ୍ ।

ବସଟି ପୁରୀରୁ ଭୁବନେଶ୍ୱର ଯାଉଥିବା ବେଳେ ବାଇକ୍‌କୁ ଧକ୍କା ଦେଇ ଓଲଟିଥିବା ସୂଚନା ମିଳିଛି । ବସରେ ୪୦ରୁ ଉର୍ଦ୍ଧ୍ୱ ଯାତ୍ରୀ ଥିବା ବେଳେ ୫ଜଣ ଗୁରୁତର ଆହତ ହୋଇଛନ୍ତି ।

ଅଗ୍ନିଶମବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ଆହତଙ୍କୁ ସାକ୍ଷୀଗୋପାଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି।