ଘାଟିରେ ବସ୍ ଓଲଟି ୧୨ରୁ ଅଧିକ ଆହତ

କେନ୍ଦୁଝର ଜିଲ୍ଲା କାଞ୍ଜିପାଣି ଘାଟିରେ ଏକ ବିଜୁ ଗାଁ ବସ୍ ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟି ପଡିବା ଫଳରେ ୧୨ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । ଆହତମାନଙ୍କ ମଧ୍ୟରେ ୫ଜଣ ମହିଳା ରହିଛନ୍ତି । ସମସ୍ତଙ୍କୁ ତେଲକୋଇ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରାଯାଇଛି ।

ବସ୍ ଟି ପ୍ରାୟ ୩୦ ଜଣ ଯାତ୍ରୀଙ୍କୁ ନେଇ ଆଜି କେନ୍ଦୁଝରରୁ କାରଦାଙ୍ଗି ଅଭିମୁଖେ ଆସୁଥିଲା । କାଞ୍ଜିପାଣି ଘାଟିରୁ ବସ୍ ଟି ତଳକୁ ଗଡୁଥିବା ବେଳେ ହଠାତ୍ ଏହାର ବ୍ରେକ୍ ଫେଲ୍ ହୋଇଯାଇଥିଲା । ଡ୍ରାଇଭର ବସ୍ ଟିକୁ ଅଟକାଇବାକୁ ବହୁ ଚେଷ୍ଟା କରିଥିଲେ ସୁଦ୍ଧା ବସ୍ ଟି ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟି ପଡିଥିଲା ।