ସ୍କୁଲ ଭିତରେ ହାତଗୋଡ଼ ବାନ୍ଧି ଯୁବକଙ୍କୁ ଜୀଅନ୍ତା ଜାଳିଦେଲେ

ବାଲିକୁଦା,ଏନ୍ଏନ୍ଏସ୍: ଜଗତସିଂହପୁର ଜିଲ୍ଲା ବାଲିକୁଦା ଥାନା ଅଞ୍ଚଳର ଦାଗାଁ ସ୍କୁଲ ଭିତରେ ଯୁବକଙ୍କ ହାତଗୋଡ଼ ବାନ୍ଧି ଜୀଅନ୍ତା ଜାଳିଦେଇଥିବା ଅଭିଯୋଗ ହେଉଛି। ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ମୃତକଙ୍କ ପରିଚୟ ମିଳିନଥିବା ବେଳେ ସେ ଖୋର୍ଦ୍ଧା ଅଞ୍ଚଳର ହୋଇଥିବା ଅନୁମାନ କରାଯାଉଛି।

ସୂଚନା ଅନୁସାରେ ଦାଗାଁ ସ୍କୁଲରେ ଥିବା ଏକ ସାଇକ୍ଲୋନ୍‌ ସେଲ୍‌ଟର ସିଡିରେ ଶନିବାର ରାତିରେ କିଛି ଜଳୁଥିବା ବାଲିକୁଦା ପୁଲିସ ଖବର ପାଇଥିଲା। ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଜଣେ ଯୁବକ ଜଳୁଥିବା ଦେଖିବାକୁ ପାଇଥିଲେ। ସେଠାରୁ ତାକୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ। ତେବେ ଚିକିତ୍ସାଧୀନ ସମୟରେ ଯୁବକର ମୃତ୍ୟୁ ହୋଇଥିବା ଜଣାଯାଇଛି। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ କେତେକ ଦୁର୍ବୃତ୍ତ ତାଙ୍କ ହାତଗୋଡ଼କୁ ଉକ୍ତ ସ୍କୁଲ ଗେଟ୍‌ରେ ବାନ୍ଧି ଦେଇ ନିଆଁଲଗାଇଦେଇଥିଲେ। ତେବେ ଏହି ଘଟଣାରେ ପୁଲିସ ତଦନ୍ତ ଆରମ୍ଭ କରିଥିବା ଜଣାଯାଇଛି।