ହାତ ପାହାନ୍ତାରେ ଝୁଲୁଛି ୧୧ କେଭି ବିଦ୍ୟୁତ୍ ତାର, ତାର ସଂସ୍ପର୍ଶରେ ଆସି ବଳଦ ମୃତ

ପାଟଣା,ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଦେଓଗାଁ ଗ୍ରାମ ୟୁକାଲପଟାସ ଜଙ୍ଗଲ ଭିତରେ ଯାଇଥିବା ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ରାଜନଗର ଗ୍ରାମର ସ୍ନେହଲତା ସେଠୀଙ୍କ ବଳଦର ମୃତ୍ୟୁ ହୋଇଛି। ବିଦ୍ୟୁତ ବିଭାଗର ଦାୟିତ୍ୱ ହୀନତା ଯୋଗୁଁ ଏହି ଅଘଟଣ ଘଟିଥିବା ଅଭିଯୋଗ କରିଛନ୍ତି ସ୍ନେହଲତା। ଅଭିଯୋଗ ଅନୁଯାୟୀ ଏହି ଜଙ୍ଗଲ ଭିତର ଦେଇ ଯାଇଥିବା ୧୧ କେଭି ବିଦ୍ୟୁତ ତାର ତଳକୁ ଝୁଲି ରହିଥିବାରୁ ତାର ସଂସ୍ପର୍ଶରେ ଆସି ଏକ ନିରୀହ ବଳଦର ମୃତ୍ୟୁ ହୋଇଛି। ତେବେ ବଳଦ ଚରାଉ ଥିବା ବ୍ୟକ୍ତି ଜଣଙ୍କ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଏନେଇ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।