କୋଠାବାଡ଼ି ନିର୍ମାଣ ନିୟମ ପରିବର୍ତ୍ତନ

ଭୁବନେଶ୍ୱର,ଏନ୍ଏନ୍ଏସ୍: କୋଠାବାଡ଼ି ନିର୍ମାଣ ନିୟମରେ ରାଜ୍ୟ ସରକାର ପରିବର୍ତ୍ତନ ଆଣିଛନ୍ତି। ଏନେଇ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ସୂଚନା ପ୍ରଦାନ କରିଛନ୍ତି। ବହୁତଳ ଅଟ୍ଟାଳିକା ନିର୍ମାଣ ପାଇଁ ସରକାର ନିୟମ କୋହଳ କରିଛନ୍ତି। ଏଥିପାଇଁ ଓଡ଼ିଶା ଡେଭଲପମେଣ୍ଟ ଅଥୋରିଟି ପ୍ଲାନିଂ ଆଣ୍ଡ ବିଲ୍ଡିଂ ଷ୍ଟାଣ୍ଡାର୍ଡ ରୁଲ୍ ୨୦୨୦ କାର୍ଯ୍ୟକାରୀ ହେବ। ଏଥିରେ ୮ଟି ଗୃହ ଥିବା ଅଟ୍ଟାଳିକାକୁ ଆପାର୍ଟମେଣ୍ଟ କୁହାଯିବ। ଉଚ୍ଚ ଅଟ୍ଟାଳିକା ନିର୍ମାଣ ପାଇଁ ଆଉ ଫ୍ଲାଟ ସାଇଜ୍ ପ୍ରତିବନ୍ଧକ ହେବନି । ପୁରୁଣା ଘରର ନବୀକରଣ ପାଇଁ ଆଉ ଅନୁମତି ନେବାକୁ ପଡ଼ିବ ନାହିଁ। ବାହ୍ୟ ଭିତ୍ତିଭୂମି, ଉନ୍ନତୀକରଣ ଫି’ ଓ ଖରିଦ ଯୋଗ୍ୟ ଏଫଏଆର ଦେୟ କିସ୍ତିରେ ଦେଇ ହେବ। ଆବଶ୍ୟକ ଟଙ୍କା ଦାଖଲ କରି ଓ ଅଣ୍ଡରଟେକିଂ ଦେଇ ଗୃହକାର୍ଯ୍ୟ ଆରମ୍ଭ କରିପାରିବେ। ରିଅଲ ଇଷ୍ଟେଟ କ୍ଷେତ୍ରରେ କିପରି ଅଧିକରୁ ଅଧିକ ପୁଞ୍ଜିନିବେଶ ହୋଇପାରିବ, ଛୋଟ ଛୋଟ ଘର ନିର୍ମାଣ କରୁଥିବା ସାଧାରଣ ଲୋକ ସମସ୍ୟାର ସମ୍ମୁଖୀନ କରିବେ ନାହିଁ, ଜାଗାର ଅଭାବ ସତ୍ତେ୍ୱ କିପରି ଉଚ୍ଚ ଅଟ୍ଟାଳିକା ନିର୍ମାଣ କରାଯାଇପାରିବ ତାହା ହେଉଛି ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ବୋଲି ମନ୍ତ୍ରୀ ଶ୍ରୀ ଜେନା କହିଛନ୍ତି।